Advertisment

ବିଜେଡି କର୍ମୀଙ୍କ ଧମକ- ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୀତିକ ଆକ୍ରୋଶ ବଢ଼ି ଚାଲିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀମାନେ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ନବୀନଙ୍କ ଯିବା ବାଟରେ କୌଣସି ଠାରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି କର୍ମୀ ଧମକାଇଥିବା ଧବଳପୁର ମଣ୍ଡଳ […]

ବିଜେଡି କର୍ମୀଙ୍କ ଧମକ- ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ

pitambar-acharya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୀତିକ ଆକ୍ରୋଶ ବଢ଼ି ଚାଲିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀମାନେ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି।

ନବୀନଙ୍କ ଯିବା ବାଟରେ କୌଣସି ଠାରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍‌ ନ ଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି କର୍ମୀ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ ଶେରଗଡ଼ ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ ଏସ୍‌ଟିଏଫ୍ ଡିଆଇଜି ଆଶିଷ ସିଂ ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ଡି.ଏସ୍.କୁଟ୍ଟେଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ତେବେ ସଞ୍ଜୟ ପ୍ରଥମେ ଏନେଇ ଥାନାରେ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ପରେ ବିଳମ୍ବରେ ସେଠାକାର ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ସାଢ଼େ ୩ଘଣ୍ଟା ଧରି ଥାନାରେ ରହି ଏଫ୍‌ଆଇଆର୍‌ ରଖିବା ପାଇଁ ଅଡ଼ି ବସିଥିଲେ। ଶେଷରେ ପୁଲିସ୍‌ ବାଧ୍ୟ ହୋଇ ମାମଲା ରୁଜୁ କରିଥିଲା। ଆଇପିସିର ଧାରା ୧୪୭, ୧୪୮, ୨୯୪ ଓ ୪୨୭, ୫୦୬, ୧୪୯ ଓ ଆର୍ମସ୍‌ ଆକ୍ଟର ୨୫ ଓ ୨୭ ଅନୁସାରେ ଶେରଗଡ଼ ଥାନାରେ ଏ ସମ୍ପର୍କରେ କେସ୍ ନମ୍ବର ୩୨ରେ ମାମଲା ରୁଜୁ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe