Advertisment

ପୁଲିସ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଲା ହୁକୁମାତି

ଝାରସୁଗୁଡ଼ା (ଭାଗୀରଥି ସାହୁ): ପୁଲିସ ଗାଡ଼ି ଚଲାଉଥିବା ଜଣେ ଘରୋଇ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଲା ହୁକୁମାତି। ମାସ୍କ ପିନ୍ଧି ନ ଥିବା ଯୁବକଙ୍କୁ ତାଗିଦ୍ କରିବାକୁ ଯାଇ ସମସ୍ୟାରେ ପଡ଼ିଲେ ଉକ୍ତ ଚାଳକ। ଏବେ ତାଙ୍କ ନାଁରେ ବ୍ରଜରାଜନଗର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ଅନୁଯାୟୀ, ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡ଼ି ଡ୍ରାଇଭର ଯୋଶୀ ତାଣ୍ଡି ଗତକାଲି ଶଟଡାଉନ୍ ନିୟମ ଉଲ୍ଲଙ୍ଘନ କରିଥିବା ଜଣେ ଯୁବକଙ୍କୁ ଉଠବସ କରାଇଥିଲେ। ତାହା […]

ପୁଲିସ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଲା ହୁକୁମାତି

policegiri1

Advertisment

ଝାରସୁଗୁଡ଼ା (ଭାଗୀରଥି ସାହୁ): ପୁଲିସ ଗାଡ଼ି ଚଲାଉଥିବା ଜଣେ ଘରୋଇ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଲା ହୁକୁମାତି। ମାସ୍କ ପିନ୍ଧି ନ ଥିବା ଯୁବକଙ୍କୁ ତାଗିଦ୍ କରିବାକୁ ଯାଇ ସମସ୍ୟାରେ ପଡ଼ିଲେ ଉକ୍ତ ଚାଳକ। ଏବେ ତାଙ୍କ ନାଁରେ ବ୍ରଜରାଜନଗର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୁଚନା ଅନୁଯାୟୀ, ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡ଼ି ଡ୍ରାଇଭର ଯୋଶୀ ତାଣ୍ଡି ଗତକାଲି ଶଟଡାଉନ୍ ନିୟମ ଉଲ୍ଲଙ୍ଘନ କରିଥିବା ଜଣେ ଯୁବକଙ୍କୁ ଉଠବସ କରାଇଥିଲେ। ତାହା ପୁଣି ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ। ଆଉ ଏହାର ଭିଡିଓ ରେକର୍ଡ ହୋଇଥିଲା ମୋବାଇଲରେ। ସେହି ମୋବାଇଲ ଭିଡିଓଟି ଭାଇରାଲ ହେବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଝାରସୁଗୁଡା ଏସପି ଟ୍ୱିଟ କରି ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe