Advertisment

ଗଛ ବଳି: କଟର ଆଗରେ ବସିଲେ ଆନ୍ଦୋଳନକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଏତଲା। ପରେ ସିଧାସଳଖ ପ୍ରତିବାଦ। କହିଲେ ଆଗେ ଆମକୁ କାଟ। ପରେ ଗଛକୁ କାଟିବ। ଆମେ ପଛେ କଟିଯିବୁ, ହେଲେ ଗଛ କାଟିବାକୁ ଦେବୁନି। ଆଜି ୟୁନିଟ ୪ରେ ବିଳାଶପୂର୍ଣ୍ଣ ବିଧାୟକଙ୍କ କଲୋନୀ ନିର୍ମାଣ ନିମନ୍ତେ ଶହଶହ ଗଛ କଟା ଯାଉଥିବା ସ୍ଥାନରେ ପହଞ୍ଚି ଏମିତି ନାରା ଓ ଧାରଣା ଦେଇଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଏବଂ ସଦସ୍ୟ। କାମ ବନ୍ଦ କରିବା ନିମନ୍ତେ ସଂଗଠନ ପକ୍ଷରୁ ଘଟଣାସ୍ଥଳରେ ଦାବି କରାଯାଇଥିଲା। […]

ଅଦ୍ୟତନ ହୋଇଛି
ଗଛ ବଳି: କଟର ଆଗରେ ବସିଲେ ଆନ୍ଦୋଳନକାରୀ

FIR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଏତଲା। ପରେ ସିଧାସଳଖ ପ୍ରତିବାଦ। କହିଲେ ଆଗେ ଆମକୁ କାଟ। ପରେ ଗଛକୁ କାଟିବ। ଆମେ ପଛେ କଟିଯିବୁ, ହେଲେ ଗଛ କାଟିବାକୁ ଦେବୁନି। ଆଜି ୟୁନିଟ ୪ରେ ବିଳାଶପୂର୍ଣ୍ଣ ବିଧାୟକଙ୍କ କଲୋନୀ ନିର୍ମାଣ ନିମନ୍ତେ ଶହଶହ ଗଛ କଟା ଯାଉଥିବା ସ୍ଥାନରେ ପହଞ୍ଚି ଏମିତି ନାରା ଓ ଧାରଣା ଦେଇଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଏବଂ ସଦସ୍ୟ। କାମ ବନ୍ଦ କରିବା ନିମନ୍ତେ ସଂଗଠନ ପକ୍ଷରୁ ଘଟଣାସ୍ଥଳରେ ଦାବି କରାଯାଇଥିଲା। ଗଛକାଟୁଥିବା ଲୋକଙ୍କ କଟର ଧରି ଓ ଏହାର ଆଗରେ ବସି ଏଠାରୁ ଚାଲିଯିବାକୁ ନିବେଦନ କରିଥିଲେ।

Advertisment

ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଂଗଠନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ପ୍ରକୃତିର ବିନାଶ ଚାଲିଛି। ଶହଶହ ଗଛକୁ ହତ୍ୟା କରାଯାଉଛି। ତେଣୁ ଭୁବନେଶ୍ୱର ତାତି ବଢ଼ିବଢ଼ି ଚାଲିଛି। ଏପରି ସ୍ଥଳେ ଖୋଦ ସରକାର ପ୍ରକୃତିର ସୁରକ୍ଷା ନିମନ୍ତେ ଅଧିକ ଗଛ ଲଗାଇବା ଛାଡ଼ି ବିଶାଳକାୟ ଗଛକୁ କାଟିବା ଦୁଃଖଦ ବିଷୟ। ଏହାକୁ ବିରୋଧ କରାଯିବ। ଗଛ କଟା ବନ୍ଦ ନହେବା ଯାଏଁ ଧାରଣା ଜାରି ରହିବ। ସରକାରଙ୍କ ଏଭଳି ଗଛ ହତ୍ୟା ବିରୋଧରେ ସଂଗଠନ ଖାରବେଳ ନଗର ଥାନାରେ ଲିଖିତ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଗଛକୁ ରକ୍ଷା କରିବା ନିମନ୍ତେ ଏହି ଆନ୍ଦୋଳନରେ ଭୁବନେଶ୍ୱର ବାସିନ୍ଦା ମଧ୍ୟ ଯୋଡି ହୁଅନ୍ତୁ ବୋଲି ସେ କହିଛନ୍ତି।

ତେଣେ ଦିଆଯାଇଥିବା ଏତଲାରେ କାହା ଅନୁମତି ନେଇ ଗଛ ଗୁଡିକ କରାଯାଉଛି, ଏହା ଆଇନଗତ ଭାବରେ ହେଉଛି ନା ବେଆଇନ ଭାବରେ କରାଯାଉଛି ତାର ତଦନ୍ତ କରିବା ପାଇଁ ଦାବି କରାଯାଇଛି। ରାଜ୍ୟସରକାର ଏହି ପ୍ରୋଜେକ୍ଟ ଉପରେ ଆଉଥରେ ଧ୍ୟାନ ଦେଇ ଏହାର ପ୍ଲାନକୁ ପୁଣିଥରେ କରିବା, ବଳକା ଥିବା ଗଛସବୁକୁ ଆଗକୁ ଆଉ ନ କାଟି ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଅନ୍ୟତ୍ର ପ୍ରତିରୋପଣ କରିବାକୁ ଦାବି କରାଯାଉଛି। ଗଛ କାଟିବା ଆଉ ତାହାର କାଠକୁ ସ୍ଥାନାନ୍ତର କରିବା ଭଳି ଦୁଇଟି ଅପରାଧ ସରକାର କରିଛନ୍ତି ବୋଲି ଅଭିଯୋଗ ହୋଉଛି ।

Advertisment

ଏପଟେ ବିରୋଧ ସତ୍ତ୍ୱେ ବି ଏ ପର୍ଯ୍ୟନ୍ତ ପ୍ରାୟ ୩ ଶହରୁ ଅଧିକଗଛ କାଟି ସାରିଲାଣି ପ୍ରଶାସନ। କାଠୁରିଆଙ୍କ କଟର ଚୋଟରେ ତଳେ ଲୋଟି ପଡ଼ିଛି ଗୋଟିଏ ପରେ ଗୋଟିଏ ମହାଦ୍ରୁମ। ବିଶାଳକାୟ ବର, ଅଶ୍ୱତ୍ଥ, ଆମ୍ବ, ନିମ୍ବ, ପଣସ, ଦେବଦାରୁ, ଅଶୋକ ଭଳି ୩ ଶହରୁ ଅଧିକ ଗଛ କାଟି ସାରିଲାଣି ପ୍ରଶାସନ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରୁ କମିଶନରେଟ ପୁଲିସ କାର୍ଯ୍ୟାଳୟ ଛକ ଯାଏଁ ଏଭଳି ଦ୍ରୁମକୁ ବଳି ପକାଯାଉଛି। ଯାହା ଉଦବେଗର ବିଷୟ ହୋଇଛି। ନେତାଙ୍କ ସୁଖ ପାଇଁ ଗଛ ବଳି କେତେଦୂର ଠିକ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉକି, ବିଧାୟକଙ୍କ ରହଣି ନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ଥିଲେ ହେଁ ବିଧାୟକଙ୍କ ନିମନ୍ତେ ୨୭୫ କୋଟି ଟଙ୍କା ବ୍ୟୟରେ ବିଳାଶପୂର୍ଣ୍ଣ ନୂଆ ୧୦ ମହଲା ଓ ୧୧ ମହଲା ଆପାର୍ଟମେଣ୍ଟ ନିର୍ମାଣ ପାଇଁ ସରକାର କାମ ଆରମ୍ଭ କରିଛନ୍ତି। ଯେଉଁଠାରେ ୩ ଶହ କ୍ୱାର୍ଟର୍ସ ରହିବ। ସୌଧ ନିର୍ମାଣ ହେବାକୁ ଚିହ୍ନଟ ହୋଇଥିବା ସ୍ଥାନରୁ ପ୍ରାୟ ୮୭୦ ଶହ ଗଛ କାଟିବାକୁ ପଦକ୍ଷେପ ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe