Advertisment

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ବାରିପଦା(ମାଣିକଲାଲ ପାଣି): ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ଆଉ ଜଳି ଯାଉଛି ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା। ହେଲେ ଏଥିପ୍ରତି ବନ ବିଭାଗ ତିଳେ ମାତ୍ର ନଜର ଦେଉନଥିବା ଅଭିଯୋଗ ହେଉଛି। ନିଆଁ ଧୀରେ ଧୀରେ ବ୍ୟାପୁଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। Distressed to learn about the forest fires raging in Simlipal Tiger Reserve from social media platforms. Request the […]

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଉଦ୍‌ବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

fire

Advertisment

ବାରିପଦା(ମାଣିକଲାଲ ପାଣି): ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ଆଉ ଜଳି ଯାଉଛି ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା। ହେଲେ ଏଥିପ୍ରତି ବନ ବିଭାଗ ତିଳେ ମାତ୍ର ନଜର ଦେଉନଥିବା ଅଭିଯୋଗ ହେଉଛି। ନିଆଁ ଧୀରେ ଧୀରେ ବ୍ୟାପୁଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

https://twitter.com/dpradhanbjp/status/1366762083493154817?s=20

ଶିମିଳିପାଳ ଅଭୟାରଣରେ ରହିଛି ୨୧ଟି ରେଞ୍ଜ। ସେଥିରୁ ୮ ରେଞ୍ଜରେ ଏବେ ନିଆଁ ଜଳୁଛି। ସେଗୁଡ଼ିକ ହେଲା- ଚନ୍ଦନ ଚତୁରୀ, ଦିଗ୍‌ବିଗା, ଦୁକୁରା, ପୋଡ଼ାଡିହା, ଠାକୁରମୁଣ୍ଡା, ବରେହିପାଣି ଓ ଅସ୍ତକୁଆଁର। ଗତ ୧୦ ଦିନ ହେଲା ଏହି ସବୁ ରେଞ୍ଜରେ ନିଆଁ ଜଳୁଛି। ଯାହାଫଳରେ ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଜୀବଯନ୍ତୁଙ୍କ ମୃତ୍ୟୁ ହେଉଛି। ଏନେଇ ଅଭିଯୋଗ ହେବା ପରେ ବନ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ହେଲେ ନିଆଁ ଗୋଟିଏ ସ୍ଥାନରେ ଲିଭିଗଲେ ଆଉ କେଉଁଠି ଜଳୁଛି। ଗରମ ଦିନରେ ଶୁଖିଲା ପତ୍ରରେ ଲାଗିଥିବା ନିଆଁ ଲିଭାଇବା ବନ ବିଭାଗ ପାଇଁ କାଠିକର ପାଠ ହେଉଛି।

[caption id="attachment_624045" align="aligncenter" width="650"]simlipal ୧୦ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରେ ଜଳୁଛି ନିଆଁ[/caption]

Advertisment

ଅଭିଯୋଗ ଅନୁସାରେ ବର୍ତ୍ତମାନ ମହୁଲ ଓ ଶାଳ ଫୁଲ ଅମଳ ସମୟ। ତେଣୁ ଲୋକମାନେ ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଉଛନ୍ତି। ଶୁଖିଲା ପତ୍ର ପୋଡ଼ିଗଲେ ମହୁଲ ଓ ଶାଳ ଫୁଲ ଗୋଟାଇବା ସହଜ ହେବ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଶିକାର ଉଦ୍ଦେଶ୍ୟରେ କୌଣସି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ପାରନ୍ତି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ଧର୍ମେନ୍ଦ୍ର। ଶିମିଳିପାଳ ଦେଶର ଅନ୍ୟତମ ଶ୍ରେଷ୍ଠ ସଂରକ୍ଷିତ ଜଙ୍ଗଲ ବୋଲି ଟ୍ୱିଟ୍‌ରେ ସେ ଲେଖିଛନ୍ତି।

https://twitter.com/NPatnaikOdisha/status/1366769148328484868?s=20

ସେହିପରି ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ପିସିସି ସଭାପତି ନିରଞ୍ଜନଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ବ୍ୟାପକ ମାତ୍ରାରେ ନିଆଁ ଲାଗିଛି। ସରକାର ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ନ କଲେ ବ୍ୟାପକ କ୍ଷତି ହେବ ବୋଲି ସେ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe