Advertisment

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଗତ ବିଳମ୍ବିତ ରାତିରେ ପ୍ଲାଣ୍ଟର  SMS-୨ରେ ସ୍ଲାଗ ବଏଲର ଫାଟି ନିଆଁ ଲାଗିଛି। ଫଳରେ ସ୍ଲାଗ ବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ସବୁ ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ୨ଟି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଖବର ଲେଖାଯିବା ଯାଏଁ ଏହି ଅଗ୍ନିକାଣ୍ଡରେ ମୃତାହତର କୌଣସି ସୂଚନା ମିଳିନାହିଁ।  ସେପଟେ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

Fire Broke out at RSP

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଗତ ବିଳମ୍ବିତ ରାତିରେ ପ୍ଲାଣ୍ଟର  SMS-୨ରେ ସ୍ଲାଗ ବଏଲର ଫାଟି ନିଆଁ ଲାଗିଛି। ଫଳରେ ସ୍ଲାଗ ବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ସବୁ ନଷ୍ଟ ହୋଇଯାଇଛି।

Advertisment

ଖବର ପାଇ ଘଟଣାସ୍ଥଳରେ ୨ଟି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଖବର ଲେଖାଯିବା ଯାଏଁ ଏହି ଅଗ୍ନିକାଣ୍ଡରେ ମୃତାହତର କୌଣସି ସୂଚନା ମିଳିନାହିଁ।  ସେପଟେ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆରଏସପି CEO। ୪ ଜଣ ସିଜିଏମ୍ ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Fire Breakout