/odisha-reporter/media/post_attachments/uploads/2021/02/fire-breaks-at-Eco-reatreat.jpg)
fire-breaks-at-Eco-reatreat
ନରସିଂହପୁର (ଓଡ଼ିଶା ରିପୋର୍ଟର): ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଳା କଟେଜ। ତେବେ ବିର୍ତ୍ତି ଯାଇଛନ୍ତି ଆଇପିଏସ ଦମ୍ପତି ଓ ଅନ୍ୟ ପର୍ଯ୍ୟଟକ। ବାଲିପୁଟ ସ୍ଥିତ ସାତକୋଶିଆ ଇକୋ ରିଟ୍ରିଟରେ ଘଟିଛି ଏହି ଅଗ୍ନିକାଣ୍ଡ।
ମିଳିଥିବା ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଲାଗି ୩ଟି ରୟାଲ କଟେଜ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ନିଅଁ ଲାଗିବ ସମୟରେ ଏହି କଟେଜ ଗୁଡିକ ଖାଲିଥିଲା। ଏଥିରେ କୌଣସି ପର୍ଯ୍ୟଟକ ନଥିଲେ। ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
[caption id="attachment_623268" align="aligncenter" width="650"]
ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର[/caption]
ଏହି ଅଗ୍ନିକାଣ୍ଡରେ କୌଣସି ପର୍ଯ୍ୟଟକ ହତାହତ ହୋଇ ନାହାନ୍ତି। ସେହିପରି ଏହି ଅଗ୍ନିକାଣ୍ଡ ବେଳେ ବେଳେ ଆଇପିଏସ ଦମ୍ପତି ସଞ୍ଜୀବ ପଣ୍ଡା ଓ ସନ୍ତୋଷ ବାଳା ମଧ୍ୟ ଇକୋ ରିଟ୍ରିଟ୍ରେ ଥିଲେ। ତେବେ ସେମାନେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ନିଜେ ସଞ୍ଜୀବ ପଣ୍ଡା ସୋଶାଲ୍ ମିଡ଼ିଆରେ ସୂଚନା ଦେଇଛନ୍ତି।
ଅଗ୍ନିଶମ ବାହିନୀ ଘଟଣାସ୍ଥଳେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ନିଆଁ ଲିଭାଯିବା ପୂର୍ବରୁ କଟେଜଗୁଡିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବାକୁ ମଳିଛି। ଘଟଣାସ୍ଥଳରେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
