Advertisment

ମେଡିକାଲ୍‌ କଲେଜ୍‌ରେ ଲାଗି ଗଲା ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍‌ କଲେଜ୍‌ ଓ ଡାକ୍ତରଖାନାରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା। ମେଡିକାଲ୍‌ କଲେଜ୍‌ର ଦ୍ୱିତୀୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନ ଥିଲେ।  ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ ଧୂଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ହେଲେ କାହାର  କିଛି କ୍ଷତି ହୋଇ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମେଡିକାଲ୍‌ କଲେଜ୍‌ରେ ଲାଗି ଗଲା ନିଆଁ

rttt00

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍‌ କଲେଜ୍‌ ଓ ଡାକ୍ତରଖାନାରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା।

Advertisment

ମେଡିକାଲ୍‌ କଲେଜ୍‌ର ଦ୍ୱିତୀୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନ ଥିଲେ।  ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

Advertisment

ଅଗ୍ନିକାଣ୍ଡ ଯୋଗୁ ଧୂଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ହେଲେ କାହାର  କିଛି କ୍ଷତି ହୋଇ ନ ଥିଲା।

fire9999