ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ୍ ଓ ଡାକ୍ତରଖାନାରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା।
ମେଡିକାଲ୍ କଲେଜ୍ର ଦ୍ୱିତୀୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନ ଥିଲେ। ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡ ଯୋଗୁ ଧୂଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ହେଲେ କାହାର କିଛି କ୍ଷତି ହୋଇ ନ ଥିଲା।
https://youtu.be/GqcDHs2Ep1s