ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ପାସେଞ୍ଜର ଟ୍ରେନ୍ ଇଞ୍ଜିନରେ ଲାଗିଲା ନିଆଁ। ଷ୍ଟେସନ୍ରେ ଛିଡ଼ା ହୋଇଥିବା ନିଆଁ ଲାଗିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନ୍ରୁ ଆସିଛି ଏପରି ଖବର।
ଆଜି ରାତି ପ୍ରାୟ ୮ଟା ବେଳେ ବ୍ରଜରାଜନଗର ରେଳ ଷ୍ଟେସନରେ ପହଞ୍ଚିଥିଲା ଗୁନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ୍। ଯାତ୍ରୀମାନେ ବଗିରୁ ଓହ୍ଲାଉଥିଲେ। ଠିକ୍ ଏହି ସମୟରେ ହଠାତ୍ ଇଞ୍ଜିନ ଧୂଆଁ ବାହାରିଥିଲା। ହୁତ ହୁତ ହୋଇ ଇଞ୍ଜିନ ଜଳିଥିଲା। ଏହା ଦେଖି ଲୋକ ପାଇଲଟ୍ ଡେଇଁ ପଡ଼ିଥିଲେ। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ଲୋକ ପାଇଲଟ୍। ଚାହୁଁଚାହୁଁ ନିଆଁ ପୂରା ଇଞ୍ଜିନରେ ଲାଗି ଯାଇଥିଲା। କିନ୍ତୁ ନିଆଁ ବଗିକୁ ବ୍ୟାପି ନଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ତେବେ କେମିତି ଇଞ୍ଜିନରେ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।