/odisha-reporter/media/post_attachments/uploads/2020/08/bhadrak-4440000.jpg)
bhadrak
ଭଦ୍ରକ (ପାର୍ଥସାରଥୀ ନାୟକ): ବନ୍ୟା ପାଣି ଘେରରୁ ଜଣେ ପ୍ରସୂତିଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଏହି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ଗୋଠିଣାରେ।
Advertisment
ଗାଁର ହିମାଂଶୁ ରାଉତ ସ୍ତ୍ରୀ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ପରିବାର ଲୋକେ ୧୦୮ ଆମ୍ଲୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ତାଙ୍କ ଗାଁ ବନ୍ୟା ପାଣି ଘେରରେ ଥିବାରୁ ଆମ୍ୱୁଲାନ୍ସ ଆସି ପାରି ନଥିଲା। ଏନେଇ ପ୍ରସୂତିଙ୍କ ପରିବାର ଲୋକେ ଧାମନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀ ପ୍ରସୂତିଙ୍କୁ ତାଙ୍କ ଘରୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
