medical
Advertisment
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍ର ଗୋଦାମରେ ଆଜି ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟିଛି। ଔଷଧ ଗୋଦାମ ନିକଟରେ ଥିବା ଅନ୍ୟ ଦୁଇଟି ଗୋଦାମରେ ନିଆଁ ଲାଗିଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ୱାର୍ଡ଼ରେ ଭୟର ବାତାବରଣ ଖେଳି ଯାଇଥିଲା। ରୋଗୀମାନେ ବେଡ୍ ଛାଡ଼ି ପଳାଇ ଯାଇଥିଲେ।
Advertisment
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମେଡିକାଲ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କେଉଁ କାରଣରୁ ନିଆଁ ଲାଗିଥିଲା, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ମେଡିକାଲ୍ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/medical.jpg)