Advertisment

ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱରସ୍ଥିତ ଗଭର୍ଣ୍ଣର ହାଉସ ନିକଟ  ପେଟ୍ରୋଲ ପମ୍ପରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିବା ଜଣାଯାଇଛି। ବିସ୍ଫୋରଣରେ ୨ ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ SCB  ସ୍ଥାନାନ୍ତର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଭୟଙ୍କର ବିସ୍ଫୋରଣ ଘଟିବା ପରେ ପେଟ୍ରୋଲ ପମ୍ପ ହୁତୁ ହୁତୁ ହୋଇ ଜଳୁଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର  ହୋଇ ପଡ଼ିଥିବା ଦେଖାଯାଉଛି। […]

ଅଦ୍ୟତନ ହୋଇଛି
ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

petrol

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱରସ୍ଥିତ ଗଭର୍ଣ୍ଣର ହାଉସ ନିକଟ  ପେଟ୍ରୋଲ ପମ୍ପରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିବା ଜଣାଯାଇଛି। ବିସ୍ଫୋରଣରେ ୨ ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ SCB  ସ୍ଥାନାନ୍ତର କରାଯାଇଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଭୟଙ୍କର ବିସ୍ଫୋରଣ ଘଟିବା ପରେ ପେଟ୍ରୋଲ ପମ୍ପ ହୁତୁ ହୁତୁ ହୋଇ ଜଳୁଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର  ହୋଇ ପଡ଼ିଥିବା ଦେଖାଯାଉଛି। ନିଆଁ ଲିଭାଇବାକୁ ପେଟ୍ରୋଲ ପମ୍ପରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚିଥିବା ଜଣାଯାଇଛି ।

କୌଣସି ଅଘଟଣ ଆଶଙ୍କାରେ ରାଜ ଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତା ସିଲ୍ କଲା ପୁଲିସ୍‌। କୌଣସି ସମୟରେ ବିସ୍ଫୋରଣ ଆଶଙ୍କାରେ ଉକ୍ତ ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି।  ଘଟଣାସ୍ଥଳରେ  ୩ଟି ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ଯାଇଛି।

Advertisment

ଭୁବନେଶ୍ୱର ଡିସିପି କହିଛନ୍ତି, ନିଆଁ ଲିଭା କାର୍ଯ୍ୟ ଚାଲୁ ରହିଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ ନିଆଯାଇଛି। ପାଖରେ ଆଉ ଏକ ଟାଙ୍କି ରହିଛି। ସୁରକ୍ଷା ଦୃଷ୍ଟିରୁ ୧ କିମି ଦୂରକୁ ଚାଲିଯିବାକୁ ଲୋକଙ୍କୁ କହୁଛୁ।

ଏକ ଗ୍ୟାସ ଟାଙ୍କି ଫାଟି ଏପରି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ହେଲେ ଏହାଦ୍ୱାରା କ’ଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନି।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନ୍‌ଜି ଟାଙ୍କି ରହିଛି।  ସିଏନ୍‌ଜି ଟାଙ୍କିରେ ନିଆଁ ଲାଗିଛି। ପେଟ୍ରୋଲ, ଡିଜେଲ ଟାଙ୍କି ଠିକ୍‌ ଅଛି।

ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି, କିଛି ସମୟରେ ପୂରା ନିୟନ୍ତ୍ରଣ ହେବ। କିଛି ଲୋକ ଆହତ ହୋଇଛନ୍ତି, କେତେ ଆହତ ନିର୍ଦ୍ଦିଷ୍ଟ କହିହେବନି। ଆହତମାନଙ୍କୁ ହସ୍ପିଟାଲ ପଠାଯାଉଛି। ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ଅଛି।

ବିସ୍ଫୋରଣ ଘଟିଥିବା ସିଏନ୍‌ଜି ପାଖରେ ପେଟ୍ରୋଲ ଟାଙ୍କି ରହିଛି। ସେଥିରେ ଯେମିତି  ନିଆଁ ନ ଲାଗିବ, ଆମେ ଉଦ୍ୟମ ଚଳାଇଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe