ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ନିକଟ ଫାଣ୍ଡି ଛକ କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ। ଗତକାଲି ବିଳମ୍ୱିତ ରାତିରେ ଏହି ଗୋଦାମରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରର ଇତିହାସରେ ସବୁଠୁ ବଡ଼ ଅଗ୍ନିକାଣ୍ଡ ଘଟିଥିଲା ସୋମବାର ରାତି ପ୍ରାୟ ସାଢ଼େ ଦଶଟାରେ । ପ୍ରାୟ ୨୨ଘଣ୍ଟାର କସରତ ପରେ ମଙ୍ଗଳବାର ଆୟତ୍ତକୁ ଆସିଲା ନିଆଁ। ଏହି ଅଗ୍ନିକାଣ୍ଡରେ ୬କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଧ୍ୱଂସ ହୋଇଯାଇଥିବାବେଳେ ୪ମହଲା ବିଶିଷ୍ଟ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୋଠାର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏପଟେ ରହିବା ତଥା ଅନ୍ୟ କୌଣସି ବାଟେ ଯାତାୟତର ସୁବିଧା ନଥିବାରୁ ଏବଂ ବିଶେଷକରି ପ୍ଲାଷ୍ଟିକ ସାମଗ୍ରୀ ଯୋଗୁ ନିଆଁ ଅଧିକ ସମୟ ଧରି ଆୟତ୍ତକୁ ଆସିପାରିନଥିବା ଜଣାପଡ଼ିଛି। ଏହି କୋଠାର ଫାୟାର ଏନଓସି ନଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ଏତେ ଘଣ୍ଟା ପରେ ନିଆଁ ଆୟତ୍ତକୁ ଆସିବା ବି ପରୋକ୍ଷରେ ଅଗ୍ନିଶମ ବିଭାଗର କାର୍ଯ୍ୟଦକ୍ଷତା, ପ୍ରଶିକ୍ଷଣ ଓ ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/kadali-godama-2026-02-25-10-51-23.jpg)