ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢ଼ିଆସାହି ବଜାରରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଜଳଖିଆ ଦୋକାନ ପାଉଁଶ ହୋଇଯାଇଛି। ଗ୍ୟାସ୍ ଲିକ୍ ହୋଇ ସିଲିଣ୍ଡର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ଏହି ଦୋକାନଟି ବାବନ ସାହୁଙ୍କର। ଆଜି ସକାଳେ ଏହି ଘଟଣା ଘଟିଥିଲା। ବାବନଙ୍କ ଦୋକାନରୁ ନିଆଁ ଅନ୍ୟ ପାଖାପାଖି ଦୋକାନଗୁଡ଼ିକୁ ମାଡ଼ି ଯାଇଥିଲା। ଦେଖୁ ଦେଖୁ ପାଖରେ ଥିବା ସେଲୁନ ଓ ଷ୍ଟେସନାରୀ ଦୋକାନ ବି ଏହାର କବଜାକୁ ଚାଲି ଯାଇଥିଲା। ତେବେ ଏହି ଦୋକାନ ଗୁଡ଼ିକରୁ ଠିକ୍ ସମୟରେ ଜିନିଷ ପତ୍ର ବାହାର କରି ଦିଆଯାଇଥିବାରୁ ବିଶେଷ କିଛି କ୍ଷତି ହୋଇ ନଥିଲା।
ପ୍ରଥମେ ଉପସ୍ଥିତ ଲୋକେ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁକୁ ବ୍ୟାପିବାରୁ ରୋକି ପାରି ନ ଥିଲେ। ଖବର ପାଇ ଜଗତସିଂହପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ବାବନଙ୍କ ଜଳଖିଆ ଦୋକାନଟି ସମ୍ପୂର୍ଣ୍ଣ ଜଳି ସାରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପିକଅପ ଭ୍ୟାନରେ ଚାଲାଣ ହେଉଥିଲା ଗୋରୁ; ମାଡ଼ି ବସିଲା ପୁଲିସ
ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି।
Crime
ମହିଳାଙ୍କୁ ଅସଦାଚରଣ କରି ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ଘଟଣାରେ ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୩ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଓ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ମାଧ୍ୟମରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଛନ୍ତି।
Politics
ଗଞ୍ଜାମ ବିଜେଡିରେ ତାଳିପକା ଉଦ୍ୟମ, ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ବିବାଦ
ଗଞ୍ଜାମ ବିଜେଡି ଗୋଷ୍ଠୀକନ୍ଦଳରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ଶଙ୍ଖ ଭବନରେ ବୈଠକ, ଦେବୀ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନଙ୍କ ଆଶ୍ୱାସନା ସବୁ ବିଫଳ।
Politics
ଦରଦାମ ବୃଦ୍ଧି ଆଳରେ ସଚିବାଳୟ ଘେରିବ ବିଜେଡି, ୨୦ଦିନ ଆଗରୁ କଲା ଘୋଷଣା
ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ।
Crime
କାହା ଅନୁମତିରେ ଘର ଉପରେ ଲାଗିଛି ଭିଏଚ୍ଏଫ୍?
ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି।