Advertisment

ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର, ଜଳିଗଲା ଜଳଖିଆ ଦୋକାନ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢ଼ିଆସାହି ବଜାରରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଜଳଖିଆ ଦୋକାନ ପାଉଁଶ ହୋଇଯାଇଛି। ଗ୍ୟାସ୍ ଲିକ୍‌ ହୋଇ ସିଲିଣ୍ଡର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଦୋକାନଟି ବାବନ ସାହୁଙ୍କର।  ଆଜି ସକାଳେ ଏହି ଘଟଣା ଘଟିଥିଲା। ବାବନଙ୍କ ଦୋକାନରୁ ନିଆଁ ଅନ୍ୟ ପାଖାପାଖି ଦୋକାନଗୁଡ଼ିକୁ ମାଡ଼ି ଯାଇଥିଲା। ଦେଖୁ ଦେଖୁ ପାଖରେ ଥିବା ସେଲୁନ ଓ ଷ୍ଟେସନାରୀ ଦୋକାନ ବି ଏହାର […]

ଅଦ୍ୟତନ ହୋଇଛି
ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର, ଜଳିଗଲା ଜଳଖିଆ ଦୋକାନ

jgasingpur

Advertisment

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢ଼ିଆସାହି ବଜାରରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଜଳଖିଆ ଦୋକାନ ପାଉଁଶ ହୋଇଯାଇଛି। ଗ୍ୟାସ୍ ଲିକ୍‌ ହୋଇ ସିଲିଣ୍ଡର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Advertisment

ଏହି ଦୋକାନଟି ବାବନ ସାହୁଙ୍କର।  ଆଜି ସକାଳେ ଏହି ଘଟଣା ଘଟିଥିଲା। ବାବନଙ୍କ ଦୋକାନରୁ ନିଆଁ ଅନ୍ୟ ପାଖାପାଖି ଦୋକାନଗୁଡ଼ିକୁ ମାଡ଼ି ଯାଇଥିଲା। ଦେଖୁ ଦେଖୁ ପାଖରେ ଥିବା ସେଲୁନ ଓ ଷ୍ଟେସନାରୀ ଦୋକାନ ବି ଏହାର କବଜାକୁ ଚାଲି ଯାଇଥିଲା। ତେବେ ଏହି ଦୋକାନ ଗୁଡ଼ିକରୁ ଠିକ୍ ସମୟରେ ଜିନିଷ ପତ୍ର ବାହାର କରି ଦିଆଯାଇଥିବାରୁ ବିଶେଷ କିଛି କ୍ଷତି ହୋଇ ନଥିଲା।

ପ୍ରଥମେ ଉପସ୍ଥିତ ଲୋକେ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁକୁ ବ୍ୟାପିବାରୁ ରୋକି ପାରି ନ ଥିଲେ। ଖବର ପାଇ ଜଗତସିଂହପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ବାବନଙ୍କ ଜଳଖିଆ ଦୋକାନଟି ସମ୍ପୂର୍ଣ୍ଣ ଜଳି ସାରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe