born
କଟକ: ବିଡାନାସୀ ଥାନା ଏଏସଆଇ ସୂର୍ଯ୍ୟପ୍ରସାଦ ତ୍ରିପାଠୀଙ୍କ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ। ଉଦ୍ଦେଶ୍ୟ ମୂଳକ ଭାବେ ଅଗ୍ନିକାଣ୍ଡ ଘଟାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୂର୍ଯ୍ୟପ୍ରସାଦ। ପାରିବାରିକ କଳହ ପାଇଁ ତାଙ୍କ ପତ୍ନୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେ ଭଡ଼ା ଘରେ ରହୁଛନ୍ତି। ମାମଲା ଅଦାଲତରେ ରହିଥିବା ବେଳେ ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ଲୋକେ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଗ୍ନିକାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟରେ ସୂର୍ଯ୍ୟଙ୍କ ଶ୍ୱଶୁର ପାଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସୂର୍ଯ୍ୟ ତାଙ୍କ ଝିଅକୁ ମାରିଦେବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଛନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ ଏଏସ୍ଆଇଙ୍କ କ୍ୱାର୍ଟର୍ସ ବାହାରପଟରୁ ତାଲା ପଡ଼ିଥିବା ବେଳେ ଭିତରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/05/born.jpg)