Advertisment

ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବି.କେ. ଶର୍ମା

କଟକ(ଓଡ଼ିଶା ରିପୋର୍ଟର): ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ଭାରପ୍ରାପ୍ତ ପୁଲିସ୍‌ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ୍‌ ହେବ। ଏଥିସହ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍‌ କାର୍ଯ୍ୟ କରିବ। ପତ୍ନୀଙ୍କ ପରଲୋକ ଯୋଗୁ ଡିଜିପି ଆର୍‌.ପି ଶର୍ମା ଛୁଟିରେ ଯାଇଥିବାରୁ […]

author-image
Rajalaxmi Sahu
ଅଦ୍ୟତନ ହୋଇଛି
ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବି.କେ. ଶର୍ମା

bk-sharma

କଟକ(ଓଡ଼ିଶା ରିପୋର୍ଟର): ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ଭାରପ୍ରାପ୍ତ ପୁଲିସ୍‌ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି।

Advertisment

ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ୍‌ ହେବ। ଏଥିସହ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍‌ କାର୍ଯ୍ୟ କରିବ।

ପତ୍ନୀଙ୍କ ପରଲୋକ ଯୋଗୁ ଡିଜିପି ଆର୍‌.ପି ଶର୍ମା ଛୁଟିରେ ଯାଇଥିବାରୁ ବିଜୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

Advertisment

ଡିଜିପି ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଡିଜି ପାହ୍ୟାର ଅଫିସରଙ୍କ ନାଁ ନିର୍ବାଚନ କମିଶନ୍‌ଙ୍କ ନିକଟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ବି.କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିଶନ ସହମତି ପ୍ରଦାନ କରିଥିଲେ।

ରବିବାର ନୂଆଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ଡିଜିପି ଆର୍‌.ପି ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା। ସେ ନିମୋନିଆରେ ପୀଡ଼ିତ ଥିଲେ।