Advertisment

ରାଜଧାନୀରେ ପୁଣି ଫୁଟିଲା ଗୁଳି, ଏଥର ଟାର୍ଗେଟ ଜେଲ୍‌ ଫେରନ୍ତା ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ବେଳା ରାଜଧାନୀରେ ଫୁଟିଛି ଗୁଳି। ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ସୌଭାଗ୍ୟବଶଃତ ଗୁଳିମାଡ଼ରୁ ଯୁବକଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ,  ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା କଳିଙ୍ଗ ବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏକ ବାଇକ୍‌ରେ ୩ ଯୁବକ ଆସି  ଜଣେ ଜେଲ୍‌ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ଜଣାଯାଇଛି। ଯୁବକଙ୍କ ପରିଚୟ ଜଣାପଡ଼ି ନ […]

author-image
Niharika Rout
ଅଦ୍ୟତନ ହୋଇଛି
ହଠାତ୍‌ ନିଜକୁ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

gun

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ବେଳା ରାଜଧାନୀରେ ଫୁଟିଛି ଗୁଳି। ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ସୌଭାଗ୍ୟବଶଃତ ଗୁଳିମାଡ଼ରୁ ଯୁବକଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ,  ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା କଳିଙ୍ଗ ବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏକ ବାଇକ୍‌ରେ ୩ ଯୁବକ ଆସି  ଜଣେ ଜେଲ୍‌ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ଜଣାଯାଇଛି। ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ରାଜଧାନୀରେ ଦିନ ଦ୍ୱିପ୍ରହରରେ ପୁଲିସ୍‌କୁ ଚ୍ୟାଲେଞ୍ଜ କରି ବାରମ୍ବାର ଲୁଟ୍‌ତରାଜ, ଆକ୍ରମଣ ପରି ଘଟଣା ଘଟୁଥିବା ବେଳେ କମିଶନରେଟ ପୁଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

Advertisment