gun
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ବେଳା ରାଜଧାନୀରେ ଫୁଟିଛି ଗୁଳି। ଜଣେ ଜେଲ୍ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ସୌଭାଗ୍ୟବଶଃତ ଗୁଳିମାଡ଼ରୁ ଯୁବକଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା କଳିଙ୍ଗ ବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏକ ବାଇକ୍ରେ ୩ ଯୁବକ ଆସି ଜଣେ ଜେଲ୍ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ଜଣାଯାଇଛି। ଯୁବକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
ରାଜଧାନୀରେ ଦିନ ଦ୍ୱିପ୍ରହରରେ ପୁଲିସ୍କୁ ଚ୍ୟାଲେଞ୍ଜ କରି ବାରମ୍ବାର ଲୁଟ୍ତରାଜ, ଆକ୍ରମଣ ପରି ଘଟଣା ଘଟୁଥିବା ବେଳେ କମିଶନରେଟ ପୁଲିସ୍ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/gun-1.jpg)