Advertisment

ଚା’ ପିଉ ପିଉ ଫୁଟିଲା ଗୁଳି, ଟଳି ପଡ଼ିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା। ଛକରେ ଚା’ ପିଉ ପିଉ ଗୁଳି ମାଡ଼ରେ ଟଳି ପଡ଼ିଲେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ। ଆଜି ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରୁ ୯ଟା ଭିତରେ ସୁମଣ୍ଡଳ ଛକରେ ଛିଡ଼ା ହୋଇ ଦେବରାଜ ଚା ପିଉଥିଲେ। […]

ଅଦ୍ୟତନ ହୋଇଛି
ଚା’ ପିଉ ପିଉ ଫୁଟିଲା ଗୁଳି, ଟଳି ପଡ଼ିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

firing update

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା। ଛକରେ ଚା’ ପିଉ ପିଉ ଗୁଳି ମାଡ଼ରେ ଟଳି ପଡ଼ିଲେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ। ଆଜି ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Advertisment

ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରୁ ୯ଟା ଭିତରେ ସୁମଣ୍ଡଳ ଛକରେ ଛିଡ଼ା ହୋଇ ଦେବରାଜ ଚା ପିଉଥିଲେ। ଉକ୍ତ ସମୟରେ ୩ ଦୁର୍ବୃତ୍ତ ଗୋଟିଏ ବାଇକରେ  ସେଠାରେ ପହଞ୍ଚି ଅତର୍କିତ ଗୁଳିମାଡ଼ କରିଥିଲେ  । ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହୋଇଥିଲା।

ଦେବରାଜଙ୍କୁ ଗୁଳି ମାଡ଼ ପରେ ପରେ ସେଠାରେ ଥିବା ଅନ୍ୟମାନେ ଭୟରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।  ଗୁଳି କରିବା ପରେ ଦୁର୍ବୃତ୍ତମାନେ ଖଲ୍ଲିକୋଟ ରାସ୍ତାରେ ଫେରାର ହୋଇ ଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ଥାନା ଅଧିକାରୀ, ଫାଣ୍ଡି ପୁଲିସ୍‌  ଓ ଛତ୍ରପୁରର ଏଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି।

Advertisment

ଦେବରାଜ ରାଜନୀତିରେ ସଂପୃକ୍ତ ଥିବା ସହ ଏବେ ବାଲି, ଗୋଡ଼ି, ଚିପ୍ସ ଓ ସିମେଣ୍ଟ ବେପାର କରୁଥିଲେ । ଏଣୁ ଏହା ରାଜନୈତକ ଶତ୍ରୁତା ନା ବ୍ୟାବସାୟିକ ଶତ୍ରୁତାରୁ ହତ୍ୟା ସେନେଇ ତଦନ୍ତ କରାଯାଉଛି।

ଅଧିକ ପଢ଼ନ୍ତୁ : ଗିରଫ ହେବେ ‘ତାଣ୍ଡବ’ ମେକର୍ସ!

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe