Advertisment

କେମିତି ଅଛନ୍ତି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ପ୍ରଥମ ‘କରୋନା’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ସଂପୃକ୍ତ ଯୁବକ ଗତ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ୧୨ ତାରିଖରେ ଟ୍ରେନ୍‌ରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ମାତ୍ର ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ ରାଜଧାନୀର ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି ହୋଇଥିଲେ। ଗତକାଲି […]

କେମିତି ଅଛନ୍ତି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ?

capital

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ପ୍ରଥମ ‘କରୋନା’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ସଂପୃକ୍ତ ଯୁବକ ଗତ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ।

Advertisment

୧୨ ତାରିଖରେ ଟ୍ରେନ୍‌ରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା। ମାତ୍ର ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ ରାଜଧାନୀର ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କ ରକ୍ତ ନମୂନା ପଜିଟିଭ୍ ଆସିବା ପରେ ସେ ‘କରୋନା’ରେ ସଂକ୍ରମିତ ବୋଲି ଆଜି ସ୍ପଷ୍ଟ କରିଛନ୍ତି ସରକାର।

ଆକ୍ରାନ୍ତ ଜଣକ ମୋଟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଟ୍ରେନରେ ଆସିବା ବେଳେ ସେ ଯେଉଁ ୭୬ ଜଣଙ୍କ ସଂପର୍କରେ ଆସିଥିଲେ, ସେମାନଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ କରୋନା ଆକ୍ରାନ୍ତ ବ୍ୟକ୍ତି ଯେଉଁ ଘରୋଇ କ୍ଲିନକରେ ଚିକିତ୍ସିତ ହୋଇଥିଲେ ସେହି କ୍ଲିନିକର ଡାକ୍ତର ଓ କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ କ୍ଲିନିକକୁ ସିଲ୍ କରାଯାଇଥିବା କୋଭିଡ୍ ୧୯ ମୁକାବିଲା ନେଇ ଗଠିତ ରାଜ୍ୟ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe