ctc
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୩ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଗଲାଣି। ପ୍ଲାଜମା ନେବା ପରେ ସମସ୍ତେ ଦ୍ରୁତ ଆରୋଗ୍ୟ ହେଉଛନ୍ତି। ତେବେ ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ତାଙ୍କ ଘର କଟକରେ। ଉକ୍ତ ମହିଳାଙ୍କ ବୟସ ୪୮ ବର୍ଷ। ସଂପୃକ୍ତ ମହିଳାଙ୍କୁ ଆଜି ଡିସଚାର୍ଜ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି।/odisha-reporter/media/post_attachments/wp-content/uploads/2020/07/plajam-33-88.jpg)
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଥିଲା। କଟକ ଏସ୍ସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦ୍ଘାଟନ କରିଥିଲେ। ଏହାପରେ ୨୧ ତାରିଖରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ପ୍ଲାଜମା ଥେରାପି ଶୁଭାରାମ୍ଭ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/ctc.jpg)