/odisha-reporter/media/post_attachments/uploads/2021/02/fish-1.jpg)
fish-1
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଏକ କାର୍କୁ ଧକ୍କା ଦେଇ ଓଲଟି ପଡ଼ିଗଲା ମାଛ ବୋଝେଇ ମିନି ଟ୍ରକ। ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଗଲା। ଏପରି ଦୁର୍ଘଟଣା ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଘଟିଯାଇଛି।
Advertisment
ଗତ ରାତିରେ ଏକ ମାଛ ବୋଝେଇ ମିନିଟ୍ରକ ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ଓଡ଼ଗାଁ ରଘୁନାଥଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର୍ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମାଛ ଗାଡିଟି ଓଲଟି ପଡି ସାରା ରାସ୍ତା ମାଛମୟ ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ୍ ପହଞ୍ଚି ରାସ୍ତାରୁ ମାଛ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣାରେ ମିନିଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଓଡଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
