Advertisment

ଓଲଟିଲା ମିନି ଟ୍ରକ, ରାସ୍ତା ମାଛମୟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଏକ କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଗଲା ମାଛ ବୋଝେଇ ମିନି ଟ୍ରକ। ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଗଲା। ଏପରି ଦୁର୍ଘଟଣା ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଘଟିଯାଇଛି। ଗତ ରାତିରେ ଏକ ମାଛ ବୋଝେଇ ମିନିଟ୍ରକ  ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ଓଡ଼ଗାଁ ରଘୁନାଥଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର୍‌ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମାଛ ଗାଡିଟି ଓଲଟି ପଡି ସାରା […]

ଅଦ୍ୟତନ ହୋଇଛି
ଓଲଟିଲା ମିନି ଟ୍ରକ, ରାସ୍ତା ମାଛମୟ

fish-1

Advertisment

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଏକ କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଗଲା ମାଛ ବୋଝେଇ ମିନି ଟ୍ରକ। ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଗଲା। ଏପରି ଦୁର୍ଘଟଣା ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଘଟିଯାଇଛି।

Advertisment

ଗତ ରାତିରେ ଏକ ମାଛ ବୋଝେଇ ମିନିଟ୍ରକ  ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ଓଡ଼ଗାଁ ରଘୁନାଥଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର୍‌ ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମାଛ ଗାଡିଟି ଓଲଟି ପଡି ସାରା ରାସ୍ତା ମାଛମୟ ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ୍‌ ପହଞ୍ଚି ରାସ୍ତାରୁ ମାଛ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ ମିନିଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଓଡଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe