Advertisment

ପାରାଦୀପରୁ ଧରା ପଡ଼ିଲା ଦାମୀ ମାଛ; ଦର ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ସମୁଦ୍ରରୁ ଧରା ହୋଇଛି ଦାମୀ ମାଛ। ଧରା ହୋଇଥିବା ସବୁଠାରୁ ବଡ଼ ମାଛର ଓଜନ ୨୮ କିଲୋଗ୍ରାମ ଥିବା ବେଳେ ତାକୁ ୧ ଲକ୍ଷ ୧୭ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି। ସେହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ। ଏହି ମାଛ କିଲୋ ସର୍ବାଧିକ ୪ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି। ଆଜି ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ପଡ଼ିଥିବା ୧୧ଟି ମାଛକୁ ଜଣେ ବ୍ୟବସାୟୀ ୫ […]

ଅଦ୍ୟତନ ହୋଇଛି
ପାରାଦୀପରୁ ଧରା ପଡ଼ିଲା ଦାମୀ ମାଛ; ଦର ଶୁଣିଲେ ଆଶ୍ଚର୍ଯ୍ୟ ହେବେ

Fish

Advertisment

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ସମୁଦ୍ରରୁ ଧରା ହୋଇଛି ଦାମୀ ମାଛ। ଧରା ହୋଇଥିବା ସବୁଠାରୁ ବଡ଼ ମାଛର ଓଜନ ୨୮ କିଲୋଗ୍ରାମ ଥିବା ବେଳେ ତାକୁ ୧ ଲକ୍ଷ ୧୭ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି। ସେହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ। ଏହି ମାଛ କିଲୋ ସର୍ବାଧିକ ୪ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି।

Advertisment

ଆଜି ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ପଡ଼ିଥିବା ୧୧ଟି ମାଛକୁ ଜଣେ ବ୍ୟବସାୟୀ ୫ ଲକ୍ଷ ୮୦ ହଜାର ଟଙ୍କାରେ କିଣି ନେଇଛନ୍ତି। ସେଥିମଧ୍ୟରୁ ବଡ଼ ମାଛର ଓଜନ ୨୮ କିଲୋଗ୍ରାମ ହୋଇଥିଲା। ଅଣ୍ଡିରା ତେଲିଆ ବୋରେଇ ମାଛର ଦାମ୍ ମାଈ ମାଛଠାରୁ ଅଧିକ ହୋଇଥାଏ। ଆକାର ଅନୁଯାୟୀ ଏହି ପ୍ରଜାତି ମାଛର କିଲୋ ପ୍ରତି ଦାମ୍‌ ୩ ହଜାରରୁ ନେଇ ୮/୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଆଜି ଏହି ମାଛ କୋଲକାତାର ଜଣେ ବ୍ୟବସାୟୀ କିଣିଥିବା ଜଣାପଡିଛି।

ତେଲିଆ ବା ତେଲିଆ ବୋରେଇ ମାଛର 'ପୁଟି' wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି। ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି। ଖୁବ୍ କମ୍ ସଂଖ୍ୟାରେ ଏହି ମାଛ ପଡୁଥିବାରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଏହି ମାଛ ପଡ଼ିଲେ ଖୁବ ଖୁସି ହୋଇଯାଆନ୍ତି। ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ବତ୍ସ୍ୟଜୀବୀମାନେ କହିଛନ୍ତି।

Advertisment
Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe