ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ : ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୭.୫୧ଲକ୍ଷ ଭୋଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ମୋଟ ୨୦୦ଟି ଜିଲ୍ଲା ପରିଷଦ ଆସନରେ ୭୨୬ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ ମୋଟ ୨୨୩୭୯ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ […]

Aditya Prasad Padhi

Ordigital Desk
  • Published: Tuesday, 15 February 2022
  • , Updated: 16 February 2022, 07:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ମୋଟ ୨୦୦ଟି ଜିଲ୍ଲା ପରିଷଦ ଆସନରେ ୭୨୬ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ ମୋଟ ୨୨୩୭୯ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ଭୋଟଗ୍ରହଣ କେନ୍ଦ୍ରରେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୁଲିଂ କର୍ମଚାରୀ ପହଂଚି ସାରିଛନ୍ତି ।

ଶ୍ରୀ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ୧୬ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ନିମନ୍ତେ ଆସନ୍ତାକାଲି ୨୨୩୭୯ଟି ବୁଥରେ ମୋଟ ୬୭.୫୧ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ବୁଥ୍ ମଧ୍ୟରେ ୩୩୫୭ଟି ବୁଥ ଉତ୍ତେଜନାପ୍ରବଣ ହୋଇଥିବାବେଳେ ୧୯୦୨୨ଟି ଅଣଉତ୍ତେଜନାପ୍ରବଣ ବୁଥ । ଶାନ୍ତଶୃଙ୍ଖଳାର ସହ ଭୋଟଗ୍ରହଣ ନିମନ୍ତେ ମୋଟ ୨୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏଥିରେ ରାଜ୍ୟ ସଶସ୍ତ୍ର ପୁଲିସ, ଇଣ୍ଡିଆନ ରିଜର୍ଭ ବାଟାଲିୟନ ଓ ସ୍ପେଶାଲ ରିଜର୍ଭ ବାଟାଲିୟନର ଯବାନଙ୍କ ସମେତ ମୋଟ ୩୭୨୪୫ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଭୋଟ ଦେବା ନିମନ୍ତେ ଜଣେ ବ୍ୟକ୍ତିଙ୍କ ନାଁ ୱାର୍ଡସ୍ତରରେ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ଥିବା ଜରୁରୀ । ଭୋଟର ପରିଚୟ ପତ୍ର ସମେତ ଅନ୍ୟ ୧୩ଟି ଦସ୍ତାବିଜ ଦେଖାଇ ଜଣେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ପାନ କାର୍ଡ , ଆଧାର କାର୍ଡ, ପାସପୋର୍ଟ, ନରେଗା କାର୍ଡ ଆଦି ଦେଖାଇ ଜଣେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । କୋଭିଡ୍ କଟକଣା ଓ ଗହଳି ଏଡ଼ାଇବା ପାଇଁ ଗୋଟିଏ ଲେଖାଏଁ ବୁଥରେ ୩୦୦ରୁ ୫୦୦ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ବନ୍ଦୋବସ୍ତ କରାଯାଇଛି ।

ଚଳିତଥର କୋଭିଡ୍ କଟକଣା ମଧ୍ୟରେ ଏହି ଭୋଟଗ୍ରହଣ ଅନୁଷ୍ଠିତ ହେବ । ସାମାଜିକ ଦୂରତ୍ୱ ରକ୍ଷା କରି ମାସ୍କ ପିନ୍ଧି ଜଣେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯିବା ଜରୁରୀ । ଏସବୁ ବ୍ୟତୀତ ଯେଉଁମାନେ କୋଭିଡ୍ ସଂକ୍ରମିତ ଥିବେ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ ମାଧ୍ୟମରେ ନିଜର ମତାଧିକାର ଦେଇପାରିବେ । ସମସ୍ତେ ଭୋଟ ଦେବା ପରେ ହିଁ କୋଭିଡ୍ ସଂକ୍ରମିତ ଭୋଟମାନେ ନିଜର ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଏବେ ରାଜ୍ୟରେ ୧୦ରୁ ୧୨ହଜାର ସକ୍ରିୟ କୋଭିଡ ସଂକ୍ରମିତ ଅଛନ୍ତି । ଏଥିରେ ସହରାଂଚଳ ଭୋଟର ବି ସାମିଲ ରହିଛନ୍ତି । ତେଣୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି କମିଶନର ଶ୍ରୀ ପାଢ଼ୀ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି ସୂଚନା ଅନୁସାରେ, ମତଦାନ ନିମନ୍ତେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମଗ୍ର ରାଜ୍ୟରେ ଜିଲ୍ଲା ପୁଲିସ ଅଧିକାରୀଙ୍କ ସମେତ ମୋଟ ୧୮୨୪ଟି ମୋବାଇଲ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଓ କୋଭିଡ୍ ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରି ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୬୭୯୪ଟି ପଂଚାୟତ ସରପଂଚ, ୬୭୯୩ଟି ସମିତି ସଭ୍ୟ ଓ ୮୫୨ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ନିମନ୍ତେ ୧୬ରୁ ୨୪ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଗଗ୍ରହଣ ଅନୁଷ୍ଠିତ ହେବ । ମୋଟ ୯୧୯୧୩ଟି ବୁଥରେ ୨.୭୯କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ମୋଟ ବୁଥ ମଧ୍ୟରୁ ୧୩୭୮୫ଟି ବୁଥକୁ ଉତ୍ତେଜନାପ୍ରବଣ ଚିହ୍ନଟ କରାଯାଇଥିବା ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

Related story