Advertisment
ଦୁଇ ଦିନ ତଳେ ରାଉରକେଲା ରେଳ ଷ୍ଟେସନ ସମ୍ମୁଖରେ ଜଣେ ଚା’ ଦୋକାନୀଙ୍କୁ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ଏହି ସୂଚନା ଦେଇଛନ୍ତି। ପୂର୍ବଶତ୍ରୁତା ଯୋଗୁ ଏହି ଘଟଣା ଘଟିଥିବା ଏସ୍ପି କହିଛନ୍ତି।
Advertisment
ଘଟଣା ଦିନ ଚା’ ଦୋକାନୀ ଅବିନାଶ ଯାଦବଙ୍କୁ ତିନି ଅଭିଯୁକ୍ତ ଛୁରୀ ଭୁଷି ହତ୍ୟା କରିଥିଲେ। ଆଉ ଦୁଇ ଅଭିଯୁକ୍ତ ସେମାନଙ୍କୁ ଫେରାଇ ହେବାରେ ସାହାଯ୍ୟ କରିଥିଲେ। ଅଭିଯୁକ୍ତମାନଙ୍କଠାରୁ ଦୁଇଟି ଚାରି ଚକିଆ ଗାଡ଼ି, ୫ଟି ମୋବାଇଲ ଓ ଛୁରୀ ଆଦି ଜବତ କରିଛି ପୁଲିସ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରହିଛି। ସେମାନେ ବହୁ ଦିନରୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/08/police-2026-02-08-16-59-35.jpg)