ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହୋଇପାରେ। ହେଲେ ଅନ୍ୟ ସ୍ଥାନ ଗୁଡ଼ିକରେ ପାଗ ଶୁଖିଲା ରହିବ। ତେବେ ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହୋଇପାରେ। ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା ଆଜି ଏହି ସୂଚନା ଦେଇଛନ୍ତି। କହିଛନ୍ତି।
ସେ କହିଛନ୍ତି, “ ଆସନ୍ତାକାଲି ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇପାରେ। ଚାରୋଟି ଜିଲ୍ଲାରେ ଘଡ଼ଘଡ଼ି ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କଟକ, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା। ”
ଶ୍ରୀ ବେହେରା ଆହୁରି କହିଛନ୍ତି, “୨୫ ତାରିଖରେ ସାରା ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ କେବଳ ମୟୂରଭଞ୍ଜ ଓ କେନ୍ଦୁଝର ବର୍ଷା ହେବ। ୨୭ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ଓ ଖରା କ୍ରମଶଃ ବୃଦ୍ଧି ପାଇବ। ”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପିକଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗୋରୁ; ମାଡ଼ି ବସିଲା ପୁଲିସ
ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି।
Crime
ମହିଳାଙ୍କୁ ଅସଦାଚରଣ କରି ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ଘଟଣାରେ ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୩ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଓ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ମାଧ୍ୟମରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଛନ୍ତି।
Politics
ଗଞ୍ଜାମ ବିଜେଡିରେ ତାଳିପକା ଉଦ୍ୟମ, ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ବିବାଦ
ଗଞ୍ଜାମ ବିଜେଡି ଗୋଷ୍ଠୀକନ୍ଦଳରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ଶଙ୍ଖ ଭବନରେ ବୈଠକ, ଦେବୀ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନଙ୍କ ଆଶ୍ୱାସନା ସବୁ ବିଫଳ।
Politics
ଦରଦାମ ବୃଦ୍ଧି ଆଳରେ ସଚିବାଳୟ ଘେରିବ ବିଜେଡି, ୨୦ଦିନ ଆଗରୁ କଲା ଘୋଷଣା
ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ।
Crime
କାହା ଅନୁମତିରେ ଘର ଉପରେ ଲାଗିଛି ଭିଏଚ୍ଏଫ୍?
ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି।