Advertisment

Rape: ଘରୋଇ ସ୍କୁଲରେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୩ ଶିକ୍ଷକ, ଜଣେ ପିଅନ ଓ ଜଣେ ଶିକ୍ଷୟିତ୍ରୀ ଗିରଫ

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଶିକ୍ଷକ ଚନ୍ଦନ କୁମାର ପୁଷ୍ଟି (୩୭), ବିଶ୍ଵରଂଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ଶିକ୍ଷୟିତ୍ରୀ ମିନତି ବାଇ (୩୪) ଓ ପିଅନ ରଶ୍ମି ରଂଜନ ରଣା (୩୨)।

author-image
Jitendra Garnayak
Rape

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଛାତ୍ରୀଙ୍କ ମା’ଙ୍କ ଏତଲା ଆଧାରରେ ରାଜକନିକା ଥାନା ପୁଲିସ POCSO Actରେ ଥିବା ବିଭିନ୍ନ ଦଫା ଲଗାଇ ସେମାନଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି। 

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଶିକ୍ଷକ ଚନ୍ଦନ କୁମାର ପୁଷ୍ଟି (୩୭), ବିଶ୍ଵରଂଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ଶିକ୍ଷୟିତ୍ରୀ ମିନତି ବାଇ (୩୪) ଓ ପିଅନ ରଶ୍ମି ରଂଜନ ରଣା (୩୨)। ଗିରଫ ତିନି ଶିକ୍ଷକ ଓ ପିଅନ ଝିଅଟିକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଶିକ୍ଷୟିତ୍ରୀ ମିନତି ବାଇ ସେମାନଙ୍କୁ ଏଥିରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। 

ରାଜକନିକା ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରୀ ୨୧ ତାରିଖରେ ଛାତ୍ରୀଙ୍କ ମା’ ଥାନାରେ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ ଗତ ଜାନୁଆରୀ ୧୪ ତାରିଖରେ ତାଙ୍କ ଝିଅ ଘରେ କାନ୍ଦୁଥିଲେ। ସେ ପଚାରିବାରେ ଝିଅ କହିଥିଲେ ଯେ ଶିକ୍ଷକ ଚନ୍ଦନ କୁମାର ପୁଷ୍ଟି, ବିଶ୍ଵରଂଜନ ସାହୁ ଓ ରଶ୍ମିକାନ୍ତ ବିଶ୍ୱାଳ ତାଙ୍କୁ ଦୁଷ୍କର୍ମ କରିଛନ୍ତି ଏବଂ ଏ ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଏଥିରେ ସେମାନଙ୍କୁ ଶିକ୍ଷୟିତ୍ରୀ ମିନତି ବାଇ ସାହାଯ୍ୟ କରିଛନ୍ତି। ପିଅନ ରଶ୍ମି ରଂଜନ ରଣା ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଥିଲେ।

Advertisment

ପୁଲିସ ନିକଟକୁ ଆସିବା ପୂର୍ବରୁ ଛାତ୍ରୀଙ୍କ ମା’ ଏହି ଘଟଣା ନେଇ ଫେବ୍ରୁଆରୀ ୧୭ ତାରିଖରେ କେନ୍ଦ୍ରାପଡ଼ା ଶିଶୁ ମଙ୍ଗଳ କମିଟି (CWC)ରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଏହି ଘଟଣା ନେଇ ସେ ସ୍କୁଲ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ୧୫ ଦିନ ଭିତରେ ତଦନ୍ତ କରିବାକୁ ଅଧ୍ୟକ୍ଷ କହିଥିଲେ। କିନ୍ତୁ ୧୫ ଦିନ ବିତିଗଲା ପରେ ବି ଅଧ୍ୟକ୍ଷ ତଦନ୍ତ କରି ନଥିଲେ। CWC ଖୋଳତାଡ଼ ଆରମ୍ଭ କରିବା ପରେ ଗତକାଲି ଘଟଣାଟି ସାମ୍ନାକୁ ଆସିଥିଲା। 

ଏହି ଘଟଣାକୁ ଗୁରୁତର ସହ ନେଇ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ। ଜଣେ ସିନିୟର ଅଫିସରଙ୍କ ତତ୍ତ୍ଵାବଧାନରେ ହେବ ତଦନ୍ତର ଅନୁଧ୍ୟାନ। ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର PP ନିୟୋଜିତ କରାଯିବ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜକନିକା ଥାନା ଘେରିଛନ୍ତି ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ। ଶତାଧିକ ଅବିଭାବକ ଏକାଠି ହୋଇ ଥାନା ଘେରାଉ କରିଛନ୍ତି। ଜାଣିଶୁଣି ମିଥ୍ୟ କେସ୍‌ ରୁଜୁ କରାଯିବା ସହ ସ୍କୁଲକୁ ବଦନାମ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।