ଶେଲଟର୍‌ ହୋମ୍‌ରୁ ଲୁଚି ପଳାଇଲେ ୫ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରୁଚିକା ଶେଲଟର୍ ହୋମ୍‌ରୁ ଲୁଚି ପଳାଇଛନ୍ତି ୫ ଜଣ ପିଲା। ଗାଧୁଆ ଘର ଗ୍ରୀଲ୍ ତାଡ଼ି ରାତିରେ ପିଲାମାନେ ପଳାଇ ଯାଇଥିବା ସୂଚନା ମିଳିଛିା

ଏନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଚଲାଇଛି।

ତେବେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପିଲା ଖସି ପଳାଇଥିବା ଅଭିଯୋଗ ହୋଇଛି।