Advertisment

Love and Crime: ପ୍ରେମ ପାଇଁ ମା’ ଓ ଭାଇକୁ ହତ୍ୟା; ନାବାଳିକା ଝିଅ, ତାଙ୍କ ପ୍ରେମିକ ସମେତ ୫ ଗିରଫ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ଗତ ୨୧ ତାରିଖରେ ମା’ପୁଅ ନିଖୋଜ ହେବା ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୃତ ମହିଳାଙ୍କ ନାବାଳିକା ଝିଅ ଓ ତାଙ୍କ ପ୍ରେମିକ।

author-image
Jitendra Garnayak
Police and Crime

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ଗତ ୨୧ ତାରିଖରେ ମା’ପୁଅ ନିଖୋଜ ହେବା ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୃତ ମହିଳାଙ୍କ ନାବାଳିକା ଝିଅ ଓ ତାଙ୍କ ପ୍ରେମିକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି ରୋହିତ ବର୍ମା।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ନାବାଳିକା, ନାବାଳିକାଙ୍କ ପ୍ରେମିକ ପି. ଆଦିନାରାୟଣ ରାଓ ଓ ଆଦିନାରାୟଣଙ୍କ ତିନି ବନ୍ଧୁ- ପ୍ରୀତ ନାୟକ,  ଆଦିନାରାୟଣ ପାଣିଗ୍ରାହୀ ଏବଂ ଜଗନ୍ନାଥ ଜାନି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ମୃତ ମହିଳା ଅନୁଷ୍କା ପରିଡ଼ାଙ୍କ ନାବାଳିକା ଝିଅ ବୋରିଗୁମ୍ମା ଅଞ୍ଚଳର ଯୁବକ ପି. ଆଦିନାରାୟଣ ରାଓଙ୍କୁ ପ୍ରେମ କରୁଥିଲେ। ଏହାକୁ ବିରୋଧ କରୁଥିଲେ ମା’ ଅନୁଷ୍କା ଓ ଭାଇ ଏହେମ ପରିଡ଼ା। ପ୍ରେମର ରାସ୍ତାରେ କଣ୍ଟା ସାଜିଥିବା ମା’ଙ୍କୁ ସବୁ ଦିନ ପାଇଁ ହଟେଇ ଦେବାକୁ ଷଡ଼ଯନ୍ତ୍ର କରିଥିଲେ ନାବାଳିକା। ଯୋଜନା ପ୍ରକାରେ ଫେବ୍ରୁଆରୀ ୧୮ ତାରିଖରେ ନାବାଳିକାଙ୍କ ପ୍ରେମିକ ପି.ଆଦିନାରାୟଣ ରାଓ ଓ ଅନ୍ୟ ତିନି ଅଭିଯୁକ୍ତ- ପ୍ରୀତ ନାୟକ, ଆଦିନାରାୟଣ ପାଣିଗ୍ରାହୀ ଏବଂ ଜଗନ୍ନାଥ ଜାନି ଆସିଥିଲେ ଅନୁଷ୍କାଙ୍କ ଘରକୁ। ନାବାଳିକାଙ୍କ ଉପସ୍ଥିତିରେ ଏହି ୪ ଜଣ ଅନୁଷ୍କାଙ୍କ ବେକ କାଟି ଦେଇଥିଲେ। ସେହି ସମୟରେ ଏହେମ ଉଠି ପଡ଼ିବାରୁ ତାଙ୍କୁ ମଧ୍ୟ ମାରି ଦେଇଥିଲେ ଓ କେନାଲରେ ନେଇ ମୃତଦେହକୁ ଫିଙ୍ଗି ଦେଇଥିଲେ। ଏହା ପରେ ନିଜେ ନାବାଳିକା ଥାନାକୁ ଯାଇ ମା’ ଓ ଭାଇ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। 

Advertisment

ଆଜି ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ନାବାଳିକା ଝିଅକୁ ଜୁଭେନାଇଲ ଜଷ୍ଟିସ୍ କୋର୍ଟ (ଜେଜେ କୋର୍ଟ)କୁ ପଠାଯିବ କୋରାପୁଟ ଏସପି ରୋହିତ ବର୍ମା କହିଛନ୍ତି।

ସୂଚନାଯୋଗ୍ୟ, ୨୧ ତାରିଖରେ ନିଖୋଜ ଅଭିଯୋଗ ହୋଇଥିବା ବେଳେ ସୋମବାର ଏହେମ ପରିଡ଼ାଙ୍କ ମୃତଦେହ କୋଟପାଡ଼ ଥାନା ଅଞ୍ଚଳରେ ଏକ କେନାଲତରୁ ମିଳିଥିଲା। କେନାଲରୁ ଏକ ବସ୍ତା ଭିତରୁ ତାଙ୍କ ମୃତଦେହ ମିଳିଥିଲା। ଆଉ ମଙ୍ଗଳବାର ସକାଳେ ଅନୁଷ୍କା ପରିଡ଼ାଙ୍କ ମୃତଦେହ ଜୟନ୍ତଗିରି ନିକଟସ୍ଥ କେନାଲରୁ ମିଳିଥିଲା।