Advertisment

Naxal: ଏନକାଉଣ୍ଟରରେ ୫ ନକ୍ସଲ ନିହତ

ନକ୍ସଲ ଅପରେସନ ପାଇଁ ଯାଇଥିବା ଜିଲ୍ଲା ପୁଲିସ, ସିଆରପିଏଫ ଓ ଏସଟିଏଫ ଯବାନଙ୍କ ସହ ଆଜି ସକାଳେ ନକ୍ସଲ ସହ ଗୁଳିବିନିମୟ ହୋଇଥିଲା। ବିଜାପୁର ଜିଲ୍ଲାର କାରେଗୁଟ୍ଟା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା।

author-image
Jitendra Garnayak
Naxal

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି।

Advertisment

ନକ୍ସଲ ଅପରେସନ ପାଇଁ ଯାଇଥିବା ଜିଲ୍ଲା ପୁଲିସ, ସିଆରପିଏଫ ଓ ଏସଟିଏଫ ଯବାନଙ୍କ ସହ ନକ୍ସଲଙ୍କ ଗୁଳିବିନିମୟ ହୋଇଥିଲା। ବିଜାପୁର ଜିଲ୍ଲାର କାରେଗୁଟ୍ଟା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା।

ଘଟଣାସ୍ଥଳରୁ ଯବାନମାନେ ବହୁ ମାତ୍ରାରେ ବିସ୍ଫୋରକ ଜବତ କରିଛନ୍ତି। ମୃତ ନକ୍ସଲଙ୍କ ପରିଚୟ ମିଳିପାରିନଥିବା ବେଳେ ଯବାନମାନେ ଫେରିବା ପରେ ହିଁ ସମସ୍ତ ବିଷୟରେ ଠିକ୍ ସୂଚନା ଦିଆଯାଇପାରିବ ବୋଲି ବିଜାପୁର ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ସରକାରଙ୍କ ନକ୍ସଲ ମୁକ୍ତ ଆହ୍ୱାନ ଟାର୍ଗେଟକୁ ଆଉ ହାତ ଗଣତି କିଛି ଦିନ ରହିଥିବା ବେଳେ ବାକି ଥିବା ନକ୍ସଲମାନେ ଆତ୍ମସମର୍ପଣ ନକଲେ ତା’ର ପରିଣାମ ମୃତ୍ୟୁ ବୋଲି ପୁଲିସ କହିଛି।