Advertisment

ଆଜିଠୁ ଆରମ୍ଭ ହେଲା ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଓ ଚେନ୍ନାଇ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ଜେଟ୍ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏହି ଦୁଇ ସ୍ଥାନ ମଧ୍ୟରେ ସପ୍ତାହକ ୭ ଦିନ ଯାକ ବିମାନ ଚଳାଚଳ କରିବ। ସୂଚନା ଅନୁସାରେ, ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚେନ୍ନାଇରୁ ୯୩ଜଣ ଯାତ୍ରୀଙ୍କୁ ଧରି ସ୍ପାଇସଜେଟ୍ ବିମାନ ସିଧାସଳଖ ଆଜି ଅପରାହ୍ନ ୩ଟା ୨୦ମିନିଟରେ ଝାରସୁଗୁଡ଼ା […]

author-image
Ordigital Desk
ଅଦ୍ୟତନ ହୋଇଛି
ଆଜିଠୁ ଆରମ୍ଭ ହେଲା ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା

SpiceJet

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଓ ଚେନ୍ନାଇ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ଜେଟ୍ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏହି ଦୁଇ ସ୍ଥାନ ମଧ୍ୟରେ ସପ୍ତାହକ ୭ ଦିନ ଯାକ ବିମାନ ଚଳାଚଳ କରିବ।

Advertisment

ସୂଚନା ଅନୁସାରେ, ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚେନ୍ନାଇରୁ ୯୩ଜଣ ଯାତ୍ରୀଙ୍କୁ ଧରି ସ୍ପାଇସଜେଟ୍ ବିମାନ ସିଧାସଳଖ ଆଜି ଅପରାହ୍ନ ୩ଟା ୨୦ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଛି। ସେହିପରି ଅପରାହ୍ନ ୩ଟା ୫୦ମିନିଟ୍‌ରେ ବିମାନଟି ୮୪ଜଣ ଯାତ୍ରୀଙ୍କୁ ଧରି ଚେନ୍ନାଇ ଅଭିମୁଖେ ଗସ୍ତ କରିଛି।

ଏହି ବିମାନ ଚଳାଚଳ ଫଳରେ ରାଜ୍ୟର ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଭାରତର ସିଧାସଳଖ ଯୋଗାଯୋଗ ସମ୍ଭବପର ହୋଇପାରିଛି। ବିଶେଷକରି ଚେନ୍ନାଇରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭରଶୀଳ ଥିବା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରା କରିବାର ସୁବିଧା ମିଳିବ। ସେମାନଙ୍କୁ ଆଉ ରାୟପୁର କିମ୍ବା ଭୁବନେଶ୍ୱର ବିମାନ ବନ୍ଦର ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ।

Advertisment