Advertisment

ପାର୍ବଣ ଋତୁରେ ପ୍ରଭାବିତ ହୋଇପାରେ ପର୍ଯ୍ୟଟନଶିଳ୍ପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ପାର୍ବଣ ଋତୁ। ଆଗକୁ ଆସୁଛି ନୂଆବର୍ଷ। ପରେ ଆସିବ ଗ୍ରୀଷ୍ମ ଅବକାଶ। ଏଭଳି ସମୟରେ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳରେ ସମସ୍ୟା ସୃଷ୍ଟି ହେବା କଥା ଶୁଣି ଚିନ୍ତାରେ ପର୍ଯ୍ୟଟନ ଶିଳ୍ପ ପଡ଼ିଛି। ଯେଉଁଥିପାଇଁ ପ୍ରଭାବିତ ହୋଇପାରେ ହୋଟେଲ ଓ ଟୁରିଜିମ୍ ସାଙ୍ଗକୁ ବିଭିନ୍ନ ଶିଳ୍ପ ଜଗତ ସହ ଜଡ଼ିତ ସଂସ୍ଥା। ଅନ୍ୟପକ୍ଷରେ ଭୁବନେଶ୍ୱରକୁ ଅଧିକରୁ ଅଧିକ ସଂଖ୍ୟକ ବିମାନ ବଡ଼ ବଡ଼ […]

ଅଦ୍ୟତନ ହୋଇଛି
ପାର୍ବଣ ଋତୁରେ ପ୍ରଭାବିତ ହୋଇପାରେ ପର୍ଯ୍ୟଟନଶିଳ୍ପ

airport

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ପାର୍ବଣ ଋତୁ। ଆଗକୁ ଆସୁଛି ନୂଆବର୍ଷ। ପରେ ଆସିବ ଗ୍ରୀଷ୍ମ ଅବକାଶ। ଏଭଳି ସମୟରେ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳରେ ସମସ୍ୟା ସୃଷ୍ଟି ହେବା କଥା ଶୁଣି ଚିନ୍ତାରେ ପର୍ଯ୍ୟଟନ ଶିଳ୍ପ ପଡ଼ିଛି। ଯେଉଁଥିପାଇଁ ପ୍ରଭାବିତ ହୋଇପାରେ ହୋଟେଲ ଓ ଟୁରିଜିମ୍ ସାଙ୍ଗକୁ ବିଭିନ୍ନ ଶିଳ୍ପ ଜଗତ ସହ ଜଡ଼ିତ ସଂସ୍ଥା।

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱରକୁ ଅଧିକରୁ ଅଧିକ ସଂଖ୍ୟକ ବିମାନ ବଡ଼ ବଡ଼ ସହରକୁ ଚଳାଇବା ପାଇଁ ଦାବି ହେଉଥିବା ବେଳେ ପାର୍ବଣ ଋତୁରେ ୮ ମାସ ଧରି ସାମୟିକ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍। ଆଉ ଏଭଳି ସ୍ଥିତିରେ ବିମାନବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ କହିଛନ୍ତି ରାଜ୍ୟ ପର୍ଯ୍ୟଟନ ସଚିବା ବିଶାଲ ଦେବ।

ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏଠି ରହିଛି, ୨୭୪୨ ମିଟର ରନ୍‌ୱେ। ଉଭୟ ସିଡିଲ୍‌ଡ ଓ ନନ୍‌ସିଡଲ୍‌ଡ୍‌କୁ ମିଶାଇଲେ ଦୈନିକ ପ୍ରାୟ ୮୦ରୁ ଅଧିକ ବିମାନ ଚଳାଚଳ କରୁଛି। ରନ୍‌ୱେ ଖରାପ ହୋଇଥିବାରୁ ବିମାନ ଅବତରଣ ସମୟରେ ଏହାର ଚକ ଘସି ହୋଇ କଳା ରଙ୍ଗର ରବର ଆସ୍ତରଣ ପଡ଼ିଯାଇଛି। ଯାହାକୁ ହଟାଇବା ପାଇଁ ଦାମୀ ମେସିନର ସହାୟତା ନିଆଯାଏ। ଆଉ ସେହି ମେସିନର ବ୍ୟବହାର ଦ୍ୱାରା ରନ୍‌ୱେରୁ ପିଚୁ ଉଠିଯାଉଛି। ତେଣୁ ରନ୍‌ୱେ ରି-କାର୍ପେଟିଂ ନିତ୍ୟାନ୍ତ ଜରୁରୀ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ତା’ସହ ବର୍ଦ୍ଧିତ ବିମାନ ସଂଖ୍ୟାକୁ ଆଖିରେ ରଖି ଦ୍ୱିତୀୟ ରନ୍‌ୱେର ମଧ୍ୟ ଆବଶ୍ୟକତା ଥିବା ସେ କହିଛନ୍ତି। ତେବେ ଭୁବନେଶ୍ୱର ନିକଟରେ ଦ୍ୱିତୀୟ ବିମାନବନ୍ଦର ପାଇଁ ଯୋଜନା ଏବେ କେବଳ ପ୍ରସ୍ତାବ ଆକାରରେ ରାଜ୍ୟ ସରକାରଙ୍କ ନାଲିଫିତା ଭିତରେ ଥିବା ସେ କହିଛନ୍ତି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଭୁବନେଶ୍ୱର ବିମାନ ବନ୍ଦର ସହ ଦେଶ ଓ ଦେଶ ବାହାରର ବହୁ ବଡ଼ ସହରକୁ ସଂଯୋଗ ହେଉଛି। ହେଲେ ବର୍ଦ୍ଧିତ ବିମାନ ସଂଖ୍ୟାକୁ ଦେଖି ଦ୍ୱିତୀୟ ରନ୍‌ୱେ ନିର୍ମାଣକୁ କାହିଁକି ଗୁରୁତ୍ୱ ଦିଆଯାଇନଥିଲା? ଯାହା ଫଳରେ ବିମାନସେବାକୁ ବନ୍ଦ କରି ରନ୍‌ୱେ ମରାମତି କରିବା ଭଳି ପରିସ୍ଥିତି ସୃଷ୍ଟି ହେଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe