ଦୁଇ ଗାଁ ବିବାଦରୁ ଚିଲିକାରେ ଘାଟ ଭସାପୋଲ ବନ୍ଦ, ଯାତ୍ରୀ ଫେରିଗଲେ

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ଆଜି କୃଷ୍ଣପ୍ରସାଦ ୩୫ ମୌଜା ପାଖରୁ ଚିଲିକାରେ ଚଳାଚଳ କରୁଥିବା ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ଦେଖାଦେଇଥିବା ବିବାଦରୁ ଏହି ଘଟଣା ଘଟିଛି। ମାତ୍ର ଏହି ବିବାଦ ଭିତରେ ଚିଲିକା ବୁଲିବାକୁ ଆସିଥିବା ପର୍ଯ୍ୟଟକ ନିରାସ ହୋଇ ଫେରିଛନ୍ତି । ସୂଚନା ମୁତାବକ, ପଣାପଡ଼ିଆରେ ହୋଇଥିବା ବାଲିଯାତ୍ରା ବେଳେ ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିଲା। ୨ଦିନ ତଳେ ୩୫ମୌଜର ସମ୍ପାଦକଙ୍କୁ […]

Bhasapol

  • Published: Saturday, 18 June 2022
  • , Updated: 18 June 2022, 10:48 PM IST

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ଆଜି କୃଷ୍ଣପ୍ରସାଦ ୩୫ ମୌଜା ପାଖରୁ ଚିଲିକାରେ ଚଳାଚଳ କରୁଥିବା ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ଦେଖାଦେଇଥିବା ବିବାଦରୁ ଏହି ଘଟଣା ଘଟିଛି। ମାତ୍ର ଏହି ବିବାଦ ଭିତରେ ଚିଲିକା ବୁଲିବାକୁ ଆସିଥିବା ପର୍ଯ୍ୟଟକ ନିରାସ ହୋଇ ଫେରିଛନ୍ତି ।

ସୂଚନା ମୁତାବକ, ପଣାପଡ଼ିଆରେ ହୋଇଥିବା ବାଲିଯାତ୍ରା ବେଳେ ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିଲା। ୨ଦିନ ତଳେ ୩୫ମୌଜର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ମାରଧର କରିବା ପରେ ପରିସ୍ଥିତି ଉଗ୍ରରୂପ ନେଇଥିଲା। ୩୫ମୌଜ ପକ୍ଷରୁ ଆଜି କୃଷ୍ଣପ୍ରସାଦର ସମସ୍ତ ସରକାରୀ କାର୍ଯ୍ୟଳୟ ସହ ସମ୍ପୂର୍ଣ୍ଣ ଚିଲିକାରେ ଯାତାୟତକୁ ଠପ୍ କରିଦିଆଯାଇଥିଲା।

ପରେ ୩୫ ମୌଜା ପରିଚାଳନା କମିଟି ନିକଟରେ କୃଷ୍ଣପ୍ରସାଦ ପ୍ରଶାସନ ପହଞ୍ଚି ଦୀର୍ଘ ୩ଘଣ୍ଟା ଧରି ଆଲୋଚନା କରିଥିଲା। ଆଲୋଚନାରେ ବିଡ଼ିଓ, ତହସିଲଦାର, ସ୍ଥାନୀୟ ଥାନା ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ। ହେଲେ କୌଣସି ଶେଷ ସମାଧାନ ବାହାରି ପାରି ନ ଥିଲା।

୩୫ ମୌଜା ପରିଚାଳନା କମିଟି ତାର ନିଜର ଜିଦ୍‌ରେ ଅଟଳ ରହିଛି। ଯେଉଁ ପର୍ଯ୍ୟନ୍ତ ଆଳୁପାଟଣା ଗାଁ ଲୋକେ ୩୫ ମୌଜାକୁ ଆସି ଭୁଲ ନ ମାଗିଛନ୍ତି ସେ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ହୋଇପାରିବ ନାହିଁ ବୋଲି ସିଧାସଳଖ ଭାବରେ ପ୍ରଶାସନକୁ କହିଛି ୩୫ ମୌଜା କମିଟି।

ତେଣେ ଚିଲିକା ଅପରପାର୍ଶ୍ୱରେ ଥିବା ଅଳୁପାଟଣାର ଗ୍ରାମବାସୀଙ୍କ ସହ ମଧ୍ୟ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି କୃଷ୍ଣପ୍ରସାଦ ବିଡିଓ ମନୋଜ କୁମାର ନାୟକ ଓ ପ୍ରଶାସନିକ ଅନ୍ୟ ଅଧିକାରୀ। ବିଡିଓ କହିଛନ୍ତି, ୩୫ମୌଜର ସମ୍ପାଦକଙ୍କୁ ମାଡ଼ମାରିଥିବା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ବିବାଦ ନେଇ ଆଳୁପାଟଣା ଗ୍ରାମ ସମ୍ପାଦକଙ୍କ ସହ ଅଲୋଚନା ହୋଇଛି। ଆଜି ରାତିରେ ଗ୍ରାମ ବୈଠକ ବସି ଯାହା ନିଷ୍ପତ୍ତି ନେବେ ସେ ଜଣାଇବେ। ତେଣୁ ଏହି ନିଷ୍ପତ୍ତି ଆସିବା ପରେ ପରବର୍ତ୍ତି ପଦେକ୍ଷପ ନିଆଯିବ ବୋଲି ବିଡିଓ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାଦକୁ ନେଇ କିଛିଦିନ ହେବ କୃଷ୍ଣପ୍ରସାଦର ଯେ କୌଣସି ଲୋକେ ଚିଲିକା ପାରି ହେଲେ ସାତପଡାରେ ଆଳୁପାଟଣା ଲୋକେ ମାଡ଼ ମାରିବା ଭଳି ପରିସ୍ଥିତି ଉପୁଜି ଥିଲା। ବାରମ୍ଭାର ଏ ସମ୍ପର୍କରେ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ତାହାର କୌଣସି ସମାଧାନ ହୋଇନଥିଲା । ଯାହା ବର୍ତ୍ତମାନ ଉଗ୍ରରୂପ ନେଇଛି। ତେବେ ପ୍ରଶାସନ ଏହି ବିବାଦକୁ କିପରି ସମାଧାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related story