୫ ଜିଲ୍ଲାବାସୀଙ୍କୁ କନ୍ଦାଉଛି ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଦାଉ ସାଧିଛି ବନ୍ୟା। ବନ୍ୟା ପୀଡ଼ିତଙ୍କ ଆଖିରେ ଦେଇଛି ଅଜସ୍ର ଲୁହ। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା ବ୍ଲକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟା ଫସଲ […]

delnga

delnga

Niranjan Mishra
  • Published: Tuesday, 16 August 2022
  • Updated: 16 August 2022, 08:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଦାଉ ସାଧିଛି ବନ୍ୟା। ବନ୍ୟା ପୀଡ଼ିତଙ୍କ ଆଖିରେ ଦେଇଛି ଅଜସ୍ର ଲୁହ। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା ବ୍ଲକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟା ଫସଲ ଧୋଇ ନେଇଛି। ଘରେ ପାଣି ପଶି ଯାଇଥିବାରୁ ଲାେକେ ରାତି ଶୋଇପାରୁନାହାନ୍ତି। ଠିଆ ଠିଆ ରାତି କାଟୁଛି।

ଦୁଇ ଦିନ ଧରି କ୍ରମାଗତ ଭାବେ ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀଗୁଡ଼ିକ ଫୁଲୁଥିବାରୁ କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ନଦୀରେ ସୃଷ୍ଟି ହୋଇଛି ଦୁଇଟି ଘାଇ। ଗୋଟିଏ ଡିହ ବଳରାମପୁର ଓ ଅନ୍ୟଟି ଆୟତ୍ତପୁରରେ। ଏ ଦୁଇଟି ଘାଇ ସୃଷ୍ଟି ହେବା ଫଳରେ ମାର୍ଶାଘାଇ ବ୍ଲକର ବହୁ ଅଞ୍ଚଳକୁ ମାଡ଼ି ଯାଇଛି ବନ୍ୟାଜଳ। ପାଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି। ସେପଟେ ଚିତ୍ରୋତ୍ପଳା ନଦୀର ପାଣି ପଶିଯିବାରୁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି।

ବୈତରଣୀର ଶାଖା କାଣୀ ନଦୀରେ ୫୦ ଫୁଟର ଘାଇ ଫଳରେ ଯାଜପୁର ଦଶରଥପୁର ବ୍ଲକର ୬ଟି ପଞ୍ଚାୟତର ସ୍ଥିତି ସଙ୍ଗୀନ ହୋଇଛି। କସପା ପଞ୍ଚାୟତର ବ୍ରହ୍ମଚାରୀପାଟଣା ନିକଟରେ ଗତକାଲି ମାଟି ଅତଡ଼ା ଧସି ସୃଷ୍ଟି ହୋଇଥିବା ଘାଇ ଆଜି ବିଶାଳ ରୂପ ଧାରଣ କରିଛି। ଫଳରେ ଏହି ବ୍ଲକର ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀ ବନ୍ଧରେ ୭୦ ଫୁଟର ଘାଇ ହୋଇଛି। ଫଳରେ ସ୍ଥାନୀୟ ଜୟଶଙ୍ଗପୁର, ଜିଲାନାସୀ, ମାଧପୁର ଓ ସାହାରାଡିହା ଭଳି ବହୁ ଗାଁ ଜଳବନ୍ଦି ହୋଇଛି। ବାଲିକଣି ନିକଟରେ ପାଇକା ନଦୀବନ୍ଧରେ ଘାଇ ଯୋଗୁଁ ବାଲିକଣି, ହଂସୁରା, କାଠକୋଟ ଭଳି ୫ଟି ପଞ୍ଚାୟତରେ ବ୍ୟାପକ ଚାଷ କ୍ଷୟକ୍ଷତି ସାଙ୍ଗକୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି।

ପୁରୀ ଜିଲ୍ଲା କଣାସରେ ମକରା ନଈରେ ଆଜି ସକାଳୁ ଘଳିଆରୁ ସୃଷ୍ଟି ହୋଇଥିଲା ବିଶାଳ ଘାଇ। ପ୍ରାୟ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ଫଳରେ କଣାସ ବ୍ଲକର ୫ଟି ପଞ୍ଚାୟତର ପ୍ରାୟ ୨୫ଟି ଗାଁକୁ ପ୍ରଭାବିତ କରିଛି ବନ୍ୟା। ଏଥିଯୋଗୁ ଏହି ଅଞ୍ଚଳରେ ଚାଷ, ବାସ ସବୁ ନଷ୍ଟ ହୋଇଛି। ତେବେ ବ୍ଲକ ପ୍ରଶାସନର ତ୍ୱରିତ ଉଦ୍ୟମ ଯୋଗୁଁ ସନ୍ଧ୍ୟା ସୁଦ୍ଧା ଘାଇକୁ ମରାମିତ କରାଯାଇଛି। ସେପଟେ ଦୟା ଓ ରାଜୁଆ ନଦୀର ପାଣି ପଶି କଣାସ ବ୍ଲକର ଆଉ କିଛି ଅଞ୍ଚଳ ପ୍ରଭାବିତ ହୋଇଛି। ବାଲିପାଟଣା ଓ ବୈଦ୍ୟନାଥପାଟଣା ଗାଁର ସ୍ଥିତି ଅତି ଚିନ୍ତାଜନକ। ଘରେ ଘରେ ପାଣି ପଶିଥିବାରୁ ୨ଦିନ ହେଲାଣି ଲୋକେ ଭୋକ ଉପାସରେ ପଡ଼ିଛନ୍ତି। ଧନୁଆ ନଦୀରେ ବନ୍ୟା ପାଣି ବଢ଼ିବା ଯୋଗୁ ନିମାପଡା ବ୍ଲକର ବଡ଼ମାଛପୁର ପଂଚାୟତର, ଦକ୍ଷିଣ ମହଲା ସମେତ ୭ଟି ଜନବସତି, କେରାଣ୍ଡିଆ, ଯଇନାବାଦ, ବାରଗୋରଡ଼ା, ସାନମାଛପୁର ଓ ସଗଡ଼ା ପଂଚାୟତର  ଅଙ୍କୁସପୁର, କନପୁର ଆଦି ଗାଁ ସମେତ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।

ଏପଟେ ମହାନଦୀରେ ଉଛୁଳା ପାଣି ପଶି ବାଙ୍କୀ ଡମପଡ଼ା ଅଞ୍ଚଳର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବ୍ଲକର ୭ଟି ପଞ୍ଚାୟତବାସୀ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବିଲିପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଏପଟେ ଆଜି ସକାଳ ୧୦ଟା ପରଠୁ କଟକ-ବାଙ୍କୀ ମୁଖ୍ୟ ରାସ୍ତା ବନ୍ୟାଜଳରେ ବୁଡିଯିବା ପରେ ଯାତାୟତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।  ପାଥପୁର ଗାଁରେ ଭିତରେ ଛାତିଏ ଉଚ୍ଚର ବନ୍ୟାଜଳ। ସେମିତି ବିଲିପଡ଼ା ପଞ୍ଚାୟତ ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିବାବେଳେ ଗାଁ ଭିତରକୁ ଯିବା ଅସମ୍ଭବ। ତେଣୁ ଲୋକେ ସାମାନପାତ୍ର ଧରି ନିରାପଦ ସ୍ଥାନକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ବହୁ ଲୋକ ନିଜର ଘରର ଛାତ ଉପରେ ଆଶ୍ରୟ ସ୍ଥଳ କରି ଆଶ୍ରୟ ନେଇଛନ୍ତି। ସେପଟେ କଟକ ତିଗିରିଆରେ ବି ସ୍ଥିତି ସମାନ। ମହାନଦୀ ବନ୍ୟାଜଳରେ ବୁଡ଼ି ରହିଛି ଅଞ୍ଚଳର ଶହ ଶହ ଏକର ଏକର ଚାଷ ଜମି। ଜଳବନ୍ଦୀ ଅବସ୍ଥାରେ ଅନେକ ଗାଁ ରହିଛି।

ସେହିପରି ଆଠଗଡ଼ ଉପଖଣ୍ଡରେ ବି ବନ୍ୟା ସ୍ଥିତି ସଂଗୀନ। ବାହ୍ୟଜଗତରୁ ବିଚ୍ଛିନ୍ନ ତିଗିରିଆ ପଞ୍ଚାୟତର ୯ ଓ ଉତ୍ତରବାଙ୍କୀ ବ୍ଲକର ୫ଟି ପଞ୍ଚାୟତ। ଗାଁରେ ଛାତିଏ ଉଚ୍ଚର ବନ୍ୟାପାଣି ସୁଅ କାଟୁଛି। ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ନେତାମାନଙ୍କ ସହ ଡଙ୍ଗା ଧରି ସ୍ଥିତି ଦେଖୁଛନ୍ତି।

ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ସେହିଭଳି ବଡମ୍ବାର ସଙ୍ଖାମେରୀ, ଗମେଇ, ବଙ୍ଗରିସିଙ୍ଗା, ଗୋପୀନାଥପୁର, କଣ୍ଢା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ମହାନଦୀ ଅବବାହିକାରେ ଥିବା ଧବଳେଶ୍ୱର ପୀଠକୁ ଘେରି ରହିଛି ବନ୍ୟାଜଳ। ସେହିଭଳି ଅପରୂପା ଅଂଶୁପାକୁ ବି ବୁଡାଇ ରଖିଛି ମହାନଦୀର ଗୋଳିଆ ପାଣି।

ଦୟା ଓ ରାଜୁଆ ନଦୀ ଫୁଲିବା ସହ ଏହାର ପଛୁଆ ପାଣି ଖୋର୍ଦ୍ଧା ବ୍ଲକର ନରଣଗଡ଼ ସହ ଓରବରସିଂ ପଞ୍ଚାୟତରେ ପଶି ଯାଇଛି। ଏହି ପଞ୍ଚାୟତର ଗାଁ ଭିତରେ ୪ରୁ ୫ଫୁଟ ଉଚ୍ଚର ପାଣି ଚାଲୁଛି। ଜରୁରୀକାଳୀନ ଯିବାଆସିବା କରିବା ପାଇଁ ପ୍ରଶାସନ ପକ୍ଷରୁ ମୋଟର ବୋଟ୍ ଚାଲୁଛି। ୧୦ରୁ ଅଧିକ ଗାଁରେ ଲୋକଙ୍କ ଘରେ ବନ୍ୟା ପାଣି ଢେଉ ଭାଙ୍ଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story