Advertisment

ଲଗାଣ ବର୍ଷାରେ ପ୍ରଭାବିତ ହେଲେ ୨ ଲକ୍ଷ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ସାଧାରଣ ଜୀବନଯାତ୍ରା। ଗମନାଗମନ, ଯୋଗାଯୋଗ ସବୁ ଏକ ପ୍ରକାର ଠପ୍‌ ହୋଇଯାଇଛି। ବିଶେଷ କରି ବୌଦ୍ଧ, ବଲାଙ୍ଗିର କଳାହାଣ୍ଡି ପରି ତଳିଆ ଅଞ୍ଚଳରେ ବନ୍ୟା ବିତ୍ପତ୍ତି ଦେଖାଦେଇଛି। ୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗୀର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର […]

ଲଗାଣ ବର୍ଷାରେ ପ୍ରଭାବିତ ହେଲେ ୨ ଲକ୍ଷ ଲୋକ

bishnu

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍‌ ହୋଇପଡ଼ିଛି ସାଧାରଣ ଜୀବନଯାତ୍ରା। ଗମନାଗମନ, ଯୋଗାଯୋଗ ସବୁ ଏକ ପ୍ରକାର ଠପ୍‌ ହୋଇଯାଇଛି। ବିଶେଷ କରି ବୌଦ୍ଧ, ବଲାଙ୍ଗିର କଳାହାଣ୍ଡି ପରି ତଳିଆ ଅଞ୍ଚଳରେ ବନ୍ୟା ବିତ୍ପତ୍ତି ଦେଖାଦେଇଛି।

Advertisment

୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗୀର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି SRC ବିଷ୍ଣୁପଦ ସେଠୀ।

ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୮ଟି ଜିଲ୍ଲାରେ ଅଧିକ ଏବଂ ୧୫ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ସ୍ଥିତିର ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ NDRF ଟିମ୍, ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ବୋଲି ପ୍ରେସମିଟ୍‌ରେ କହିଛନ୍ତି SRC।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe