Advertisment

ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର, ୫୦୦ ଲୋକଙ୍କୁ ସ୍ଥାନାନ୍ତର

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ […]

ଅଦ୍ୟତନ ହୋଇଛି
ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର, ୫୦୦ ଲୋକଙ୍କୁ ସ୍ଥାନାନ୍ତର

malkagiri

Advertisment

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।

Advertisment

ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ନୂଆ ମୋଟୁ ଅଞ୍ଚଳର ୬ରୁ ୭ ଗାଁ ପାଣି ଘେରରେ ରହିଛି। ସେଠାକାର ଲୋକଙ୍କୁ ଦେଶୀ ଡଙ୍ଗା ସାହାଯ୍ୟରେ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ  ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ  ବନ୍ୟା ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାର ମୋଟୁ ଅଞ୍ଚଳରେ ପହଞ୍ଚିଛନ୍ତି।

[caption id="attachment_749488" align="aligncenter" width="650"]water                                       ବନ୍ୟା ଜଳରେ ଘର ବୁଡ଼ିଯାଇଛି[/caption]

Advertisment

ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ମାଲକାନଗିରି ଜିଲ୍ଲାରେ ୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି। କାଲିମେଳା ବ୍ଲକର ୪ଟି ପଞ୍ଚାୟତ ଓ ପଡ଼ିଆ ବ୍ଲକର ୨ ପଞ୍ଚାୟତ ପ୍ରଭାବିତ ହୋଇଛି।  ବନ୍ୟା ଜଳ ପଶିବା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶି ଫସଲ ନଷ୍ଟ ହୋଇଯାଇଛି। ଗାଁମାନଙ୍କରେ କଚ୍ଚା ଘର ଗୁଡ଼ିକ ଭାଙ୍ଗିଯାଇଛି।

ବନ୍ୟାଜଳରେ ୩୨୬ ନମ୍ବର ଜାତୀୟ ରାଜପଥ ବୁଡ଼ିଯିବା ଫଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସୂଚନାଯୋଗ୍ୟ,  କିଛି ଦିନ ହେବ ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି।  ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe