Advertisment

‘ମହାନଦୀରେ କମୁଛି ଜଳସ୍ତର, ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ଆସିବ ସୁଧାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠୁ ଆଜି ସକାଳ ପର୍ଯ୍ୟନ୍ତ ମହାନଦୀରେ ସେପରି ବର୍ଷା ହୋଇନି। ଫଳରେ ଅଧିକ ପାଣି ମହାନଦୀ ସିଷ୍ଟମରେ ପ୍ରବେଶ କରିନି। ତେବେ ଆଗକୁ ଏକ ଲଘୁଚାପ ଆସୁଥିବାରୁ ତାହା ଉପରେ ତୀକ୍ଷଣ ନଜର ରଖିଛୁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆରସି କହିଛନ୍ତି, ଏବେ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବାଶ କରୁଥିବା ବେଳେ ୪୦ଟି ଗେଟ୍‌ ଦେଇ ୬ ଲକ୍ଷ […]

ଅଦ୍ୟତନ ହୋଇଛି
‘ମହାନଦୀରେ କମୁଛି ଜଳସ୍ତର, ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ଆସିବ ସୁଧାର’

src

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠୁ ଆଜି ସକାଳ ପର୍ଯ୍ୟନ୍ତ ମହାନଦୀରେ ସେପରି ବର୍ଷା ହୋଇନି। ଫଳରେ ଅଧିକ ପାଣି ମହାନଦୀ ସିଷ୍ଟମରେ ପ୍ରବେଶ କରିନି। ତେବେ ଆଗକୁ ଏକ ଲଘୁଚାପ ଆସୁଥିବାରୁ ତାହା ଉପରେ ତୀକ୍ଷଣ ନଜର ରଖିଛୁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

Advertisment

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆରସି କହିଛନ୍ତି, ଏବେ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବାଶ କରୁଥିବା ବେଳେ ୪୦ଟି ଗେଟ୍‌ ଦେଇ ୬ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ୨ ଦିନ ପୂର୍ବେ ହୀରାକୁଦର ଜଳସ୍ତର ୬୨୭ ଫୁଟ  ଥିବା ବେଳେ ଆଜି ତାହା ୬୨୪.୪୩ ଫୁଟରେ ପହଞ୍ଚିଛି।

ଆଗକୁ ଗୋଟିଏ ଲଘୁଚାପ ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ଫୁଟକୁ ଖସାଇବାକୁ ଚେଷ୍ଟା ଚାଲିଛି। ଆଜି ମଧ୍ୟାହ୍ନ ୩ଟା ସୁଦ୍ଧା ଜଳସ୍ତରକୁ ୬୨୪ ଫୁଟ ଓ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ତାହାକୁ ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା ଚଳାଇଛୁ ।

Advertisment

ମହାନଦୀରେ ସେପରି ବର୍ଷା ହୋଇ ନ ଥିବାରୁ ମୁଣ୍ଡଳିରେ ଜଳସ୍ତର କ୍ରମଶଃ କମୁଥିଲା। ଆଜି ଦିନ ୧୧ଟା ସୁଦ୍ଧା ଜଳସ୍ତର ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଥିଲା। ତାହା ଏବେ ବଢ଼ୁଛି, କମୁଛି। ଆଜି ସକାଳ ୯ଟା ସୁଦ୍ଧା ୧୦ ଲକ୍ଷ ତଳକୁ ଆସିବ ବୋଲି ଆଶା କରିଥିଲୁ, କିନ୍ତୁ ତାହା ହେଉନାହିଁ। ଏହାର କାରଣ ଖଇରମାଳ ତଳେ ଯେଉଁ ନଦୀ ଅଛି ସେଥିରେ ଥିବା ବନ୍ୟା ଜଳ ଉଦବୃତ୍ତ ହେବାରେ ବିଳମ୍ବ ହେଉଛି। ଫଳରେ ମୁଣ୍ଡଳିର ଜଳସ୍ତର ହ୍ରାସ ପାଇବା ବିଳମ୍ବ ହେଉଛି। ତଳମୁଣ୍ଡରେ କେବଳ କଣାସକୁ ଛାଡ଼ି  ପ୍ରାୟ ସବୁ ଜାଗାରେ ଜଳସ୍ତର ୨ ଫୁଟ ତଳକୁ କମୁଛି।  ମହାନଦୀ ସିଷ୍ଟମରେ ସମୁଦାୟ ୭ଟି ଘାଇ ହୋଇଛି।

ଆଜି ସନ୍ଧ୍ୟା ଭିତରେ ଜଳସ୍ତର କମିବ ଓ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରୁଛୁ। ବନ୍ୟା ପ୍ରପୀଡିତ ଅଞ୍ଚଳରେ ଲୋକଙ୍କୁ ଯଥାସମ୍ଭବ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା ଚଳାଇଛୁ।  କିଛି ଜିଲ୍ଲାର ବନ୍ୟାଞ୍ଚଳରେ ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଘରୋଇ ବୋଟ ନିୟୋଜନ ନିମନ୍ତେ ଅନୁମତି ଦିଆଯାଇଛି ।

ବନ୍ୟା କ୍ଷୟକ୍ଷତି ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି, ଏବେ ବନ୍ୟା ପାଣି ଜମି ରହିଥିବାରୁ କ୍ଷୟକ୍ଷତି ଆକଳନ ସମ୍ଭବ ନୁହେଁ । ବନ୍ୟା ପାଣି ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ଏବେ ରିଲିଫ୍ ଉପରେ ଅଧିକ ଗୁରୁତ୍ୱ ଦେଉଛୁ । ପାଣି ଛାଡ଼ିଲେ କ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯିବ। ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ବନ୍ୟା ପାଣି ପଶିଥିବା ବେଳେ ଏହି ସ୍ଥିତି ଆହୁରି ୪୮ ଘଣ୍ଟା ବଳବତ୍ତର ରହିବ ।

ଆଉ ଏକ ଲଘୁଚାପ ଆସୁଥିବାରୁ ଏପରି ସମୟରେ ବନ୍ୟା ପରିଚାଳନା ନେଇ ଏସଆରସି କହିଛନ୍ତି,  IMD ଆକଳନ ଅନୁସାରେ ଲଘୁଚାପ ଅବପାତର ରୂପ ନେଇପାରେ । ତାହା ପ୍ରଭାବରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଆଜି ସନ୍ଧ୍ୟାରୁ  ୨୦ ତାରିଖ ଯାଏଁ ବର୍ଷା ହେବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖରେ ବର୍ଷା ହେବ। ତେବେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନଥିବା IMD ମହାନିର୍ଦ୍ଦେଶକ କହିଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅତି ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ମହାନଦୀ ଉପର ଓ ତଳମୁଣ୍ଡରେ ହାରାହାରି  ୨୫ରୁ ୩୦ ମିମି ମଧ୍ୟରେ ବର୍ଷା ହେବ । ଆମେ ସେହି ଅନୁଯାୟୀ, ଯୋଜନା ପ୍ରସ୍ତୁତ କରୁଛୁ । ବିଭାଗୀୟ ଟିମ୍‌ ନୂଆ ମଡେଲ ପ୍ରସ୍ତୁତ କରୁଛନ୍ତି।  ଏହି ସମୟରେ  ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେଲେ ବି ବନ୍ୟା ସୁପରିଚାଳନା ନିମନ୍ତେ ଆମେ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ଆରସି  ।

ଏବେ ହୀରାକୁଦର ୪୦ଟି ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଛି। କାଲିଠୁ ଉପରମୁଣ୍ଡରେ ଆଉ ବର୍ଷା ନ ଥିବାରୁ ଆଜି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ କରାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨୧ ତାରିଖ ସୁଦ୍ଧା ହୀରାକୁଦକୁ ଅତି ବେଶିରେ ୫.୫୦ ଲକ୍ଷ କ୍ୟୁସେକ ପାଣି ଇନଫ୍ଲୋ ରହିବ । ସେତେବେଳକୁ  ଡ୍ୟାମ୍‌ର ଜଳସ୍ତର ୬୨୧ ଫୁଟକୁ ଆସିଯାଇଥିବ, ସୁତରାଂ ତଳକୁ ଅଧିକ ପାଣି ଛାଡ଼ିବୁନି । ଜଳ ନିୟନ୍ତ୍ରଣ ଦ୍ୱାରା ମହାନଦୀ ସିଷ୍ଟମରେ ବଡ଼ ସମସ୍ୟା ହେବନି। ଏବେ ଯାହା ପାଣି ଯାଉଛି, ତାଠାରୁ କମ୍ ପାଣି ଯିବ ବୋଲି ଆକଳନ କରାଯାଉଥିବା କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ଲଘୁଚାପଜନିତ ବର୍ଷା ନିମନ୍ତେ ଉତ୍ତର ଓଡ଼ିଶାର ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ସତର୍କ କରାଇଛୁ। ଏହି ସବୁ ଜିଲ୍ଲାରେ ଡ୍ୟାମ ଖାଲି କରୁଛୁ। ରେଙ୍ଗାଲିରେ ଜଳସ୍ତର ବହୁ କମ୍‌ ଅଛି। ରେଙ୍ଗାଲିରେ ଅଧିକ ପାଣି ରଖିହେବ ।  ତେଣୁ ବ୍ରାହ୍ମଣୀ ସିଷ୍ଟମରେ ଏବେ ବନ୍ୟା ଆଶଙ୍କା ନାହିଁ । ମୁଖ୍ୟମନ୍ତ୍ରୀ ଆଜି ଆକାଶମାର୍ଗରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ଏସଆରସି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe