Advertisment

ଶିବ ମନ୍ଦିରରେ ପୂଜାପାଠ ଚାଲୁଥିଲା, ହଠାତ୍‌ ବନ୍ୟା ମାଡ଼ିଆସିଲା

କଳାହାଣ୍ଡି(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି। ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ  ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା। କିନ୍ତୁ ଚାଳକ […]

author-image
Biswobandita Swain
ଶିବ ମନ୍ଦିରରେ ପୂଜାପାଠ ଚାଲୁଥିଲା, ହଠାତ୍‌ ବନ୍ୟା ମାଡ଼ିଆସିଲା

tpp

କଳାହାଣ୍ଡି(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି।

Advertisment

ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ  ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା। କିନ୍ତୁ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦେଉଳସୁଳିଆ, ସରବେଡା ଆଦି ଗାଁ ପାଣି ଘେରରେ ରହିଛି। ରେତ ନଦୀର ବନ୍ୟା ପାଣିରେ ଲାଞ୍ଜିଗଡ଼ ବ୍ଲକର କାନ କୁଟରୁ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଛି।

ସେହିପରି ଧର୍ମଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜିଲ୍ଲାର ପ୍ରମୁଖ ହାତୀ ନଦୀ ଫୁଲିବା ସହ ବନ୍ୟା ପାଣି ମାଡ଼ି ଆସିଛି। ଫଳରେ ଚାଷ ବାସ ଉଜୁଡିଯିବାର ସମ୍ଭାବନା ଉପୁଜିଛି। ଅନ୍ୟପଟେ ସ୍ଥିତିକୁ ଦେଖି ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

Advertisment