sonpur
ସୋନୁପର/ବୌଦ୍ଧ(ଓଡ଼ିଶା ରିପୋର୍ଟର): ତିନି ଦିନର ଲଗାଣ ବର୍ଷା ପରେ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ପାଣି ଛଡ଼ାଯିବା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପୁର ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁର ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।/odisha-reporter/media/post_attachments/wp-content/uploads/2020/08/sonpur-669999.jpg)
ସେହିଭଳି ମହାନଦୀର ବଢ଼ି ପାଣିରେ ବାଉରୀଯୋରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ରେଢୋଖୋଲ,ବୌଦ୍ଧ ଏବଂ ଆଠମଲ୍ଲିକକୁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି। ଘୁଂଘିଯୋରରେ ବନ୍ୟାପାଣି ଚାଲୁଥିବାରୁ ବୀରମହାରାଜପୁର-ଅମରପାଲି ରାସ୍ତାରେ ବହଳପଦର ପଞ୍ଚାୟତ, ଦୁର୍ଜନତଇଲା ଏବଂ ଲୁତୁରପଂକ ପଞ୍ଚାୟତ ସମେତ ସମ୍ୱଲପୁର ଜିଲ୍ଲାର ଚାରମାଳ, ରେଙ୍ଗାଲି ଏବଂ ରେଢାଖୋଲ ଅଞ୍ଚଳକୁ ୨ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ ରହିଛି।
ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଞ୍ଚାୟତର ହିକୁଡି, ବିଜେପୁର ଏବଂ ମୁଣ୍ଡଘାଟ ଗାଁ ଏବେ ପାଣି ଘେରରେ ଥିବା ସହ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ମହାନଦୀ କୂଳରେ ଥିବା ଆପଟନୁଆଁଗଡ, ଖମ୍ୱଶିରିପାଲି, ନୁଆଁପାଲି, ଦେଉଳୀ, ଫୁଲଚାର, ନୁଆଁଗକେଲଗାଁ, କେଉଟିପାଲି ଏବଂ କୁଂଜାମହୁଲ ଭଳି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।/odisha-reporter/media/post_attachments/wp-content/uploads/2020/08/boudh-3399999.jpg)
ଅନ୍ୟପକ୍ଷରେ ହୀରାକୁଦ ଗେଟ୍ ଖୋଲିବା ପରେ ବୌଦ୍ଧରେ ବିପଦ ସଙ୍କେତ ଛୁଇଁଲା ମହାନଦୀ। ବିପଦ ସଙ୍କେତ ୮୦.୭୦ ମିଟର ଛୁଇଁଛି। ଏଥିସହ ତଳିଆ ଅଞ୍ଚଳରେ ମହାନଦୀର ବନ୍ୟା ଜଳ ପଶିଛି।
ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/sonpur-55888.jpg)