ବ୍ରିଜ୍ ଉପରେ ଚାଲୁଛି ବନ୍ୟା ପାଣି, ଘରେ ପଶିବାରୁ ଲୋକେ ସ୍ଥାନାନ୍ତର

ନୟାଗଡ଼/ବରଗଡ଼/ବୌଦ୍ଧ/ସୋନପୁର/କଟକ/ଆଠଗଡ଼ (ଓଡ଼ିଶା ରିପୋର୍ଟର): ୫ ଜିଲ୍ଲାରେ ଲୋକଙ୍କୁ କଲବଲ କରୁଛି ବଢ଼ି ପାଣି। ନଦୀରେ ବନ୍ୟା ପାଣି ଯେତିକି ବଢ଼ୁଛି, ନଦୀକୂଳିଆ ଲୋକଙ୍କ ଦୁଃଖ ସେତିକି ବଢ଼ି ଚାଲିଛି। ନୟାଗଡ଼, ବରଗଡ଼, ବୌଦ୍ଧ, ସୋନପୁର, କଟକ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପାଣି ବ୍ରିଜ୍ ଓ ରାସ୍ତା ଉପରେ ଚାଲିବାରୁ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଘରେ ପଶିବାରୁ ଲୋକେ ଘର ଛାଡ଼ି ବନ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗେଞ୍ଜିଛନ୍ତି। ଆଜି ସନ୍ଧ୍ୟା ପରେ ନୟାଗଡ଼ର ଭାପୁରର କାଳିଗିରି ବ୍ରିଜ […]

flood water

flood water

Niranjan Mishra
  • Published: Monday, 15 August 2022
  • Updated: 15 August 2022, 10:30 PM IST

Sports

Latest News

ନୟାଗଡ଼/ବରଗଡ଼/ବୌଦ୍ଧ/ସୋନପୁର/କଟକ/ଆଠଗଡ଼ (ଓଡ଼ିଶା ରିପୋର୍ଟର): ୫ ଜିଲ୍ଲାରେ ଲୋକଙ୍କୁ କଲବଲ କରୁଛି ବଢ଼ି ପାଣି। ନଦୀରେ ବନ୍ୟା ପାଣି ଯେତିକି ବଢ଼ୁଛି, ନଦୀକୂଳିଆ ଲୋକଙ୍କ ଦୁଃଖ ସେତିକି ବଢ଼ି ଚାଲିଛି। ନୟାଗଡ଼, ବରଗଡ଼, ବୌଦ୍ଧ, ସୋନପୁର, କଟକ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପାଣି ବ୍ରିଜ୍ ଓ ରାସ୍ତା ଉପରେ ଚାଲିବାରୁ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଘରେ ପଶିବାରୁ ଲୋକେ ଘର ଛାଡ଼ି ବନ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗେଞ୍ଜିଛନ୍ତି।

ଆଜି ସନ୍ଧ୍ୟା ପରେ ନୟାଗଡ଼ର ଭାପୁରର କାଳିଗିରି ବ୍ରିଜ ଉପରେ ୪ ଫୁଟର ବନ୍ୟାଜଳ ଚାଲୁଛି। ଫଳରେ ଭାପୁର-କଳାପଥର ଭିତରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ମହାନଦୀରେ ଜଳସ୍ତର ବଢିବାରୁ କାଳିଗିରି ବ୍ରିଜ ବୁଡ଼ିଛି। ସେପଟେ ବନ୍ୟା ବଢ଼ିବା ଯୋଗୁ ବାଙ୍କୀର ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିପରି ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା। ବନ୍ୟା ପାଣିରେ ଭୁବୁଟୁବୁ ସୋନପୁରର ବିନିକା। ବର୍ଷା ଓ ବଢ଼ି ପାଣିରେ ଏକାକାର ବୌଦ୍ଧ ଜିଲ୍ଲାର ହରଭଙ୍ଗା। ସୋନପୁରରେ ଘୁ ଘୁ ଶବ୍ଦ ସହ ସୁଅ କାଟି ମାଡ଼ି ଚାଲିଛି ମହାନଦୀ।

ବରଗଡ଼ ଜିଲ୍ଲାର ଆମ୍ଭାଭୋନା ଚିଖିଲି ଗାଁଦାଣ୍ଡ, ରାସ୍ତାଘାଟ, ଜମିବାଡ଼ି ସବୁ ଏକାକାର। ମନ୍ଦିର ବୁଡ଼ିଛି, ସ୍କୁଲ ବୁଡ଼ିଛି। ଗାଁ ମଝିରେ ୬ଫୁଟର ପାଣି ଲହଡ଼ି ଭାଙ୍ଗୁଛି। ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା। କଚା ଘରେ ରହୁଥିବା ଲୋକମାନେ ଭୟରେ ନିରାପଦ ସ୍ଥାନକୁ ପଳାଉଛନ୍ତି। ନିଜେ ଅତିରିକ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ହଜାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି କହିଛନ୍ତି।

ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅନ୍ତର୍ଗତ ଜଗନ୍ନାଥ ସଡ଼କ ଉପରେ ୧୦ ଫୁଟ୍ ପାଣି ଚାଲୁଛି। ତେଣୁ ୩ଦିନ ହେଲା ହରଭଙ୍ଗା-ବୌଦ୍ଧ ଯୋଗାଯୋଗ ବିଛିନ୍ନ ହୋଇଛି। ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ହଜାର ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି। ସେମିତି ସୋନପୁରରେ ବି ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ରୁଦ୍ର ରୂପଧରି ବୋହି ଚାଲିଥିବା ଫୁଲନ୍ତା ମହାନଦୀ ଅନେକ ସ୍ଥାନରେ କୂଳ ଖାଇ ଗାଁ ଗଣ୍ଡାରେ ପଶିଛି ଓ ରାସ୍ତା ବୁଡ଼ାଇ ନେଇଛି। ସୋନପୁର-ସମ୍ବଲପୁର ରାସ୍ତାର ମାଳତୀଯୋର ସେତୁ ବୁଡ଼ିଥିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍। ସେହିପରି ଘୁଙ୍ଗିଯୋର ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ଚାଲି ଥିବାରୁ ବୀରମହାରାଜପୁରକୁ ବି ପହଞ୍ଚିବା ଅସମ୍ଭବ। ଉଲୁଣ୍ଡା ବ୍ଲକର ୧୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି।

ସୋନପୁର ସହରର ତରିଆପଡ଼ା ଓ କୁମ୍ଭାରପ଼ଡା ଆଦି ସମ୍ପୂର୍ଣ୍ଣ ଅଞ୍ଚଳ ଜଳମଗ୍ନ। ତେଲ ନଦୀର ବନ୍ୟା ପାଣି ମହାନଦୀରେ ମିଶିବା ପରଠୁ ଏଠାରେ ସ୍ଥିତି ଅଧିକ ସଂଗୀନ ହୋଇଛି। ତୁହାକୁତୁହା ବର୍ଷା ସାଙ୍ଗକୁ ମହାନଦୀ ପାଣି ବିନିକାବାସୀଙ୍କ ନିଦ ହଜାଇଛି। ସହରର ମନୋହରିପଡ଼ା ଓ ଗୁଲାପଡ଼ାରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଘରଦ୍ୱାର-ଚାଷବାସ ସବୁ ବୁଡିଛି।

କଟକ ଜିଲ୍ଲାର ବାଙ୍କୀରେ ମଧ୍ୟ ଅବସ୍ଥା ବେହାଲ। ରଣ ନଈ ଓ ଚନ୍ଦ୍ରମା ନାଳ ଯୋଗେ ପଛୁଆ ବନ୍ୟା ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ। କଇଁମୁଣ୍ଡି ଓ ଶୁଖୁଆଖଳା ଗାଁ ବାହ୍ୟଜଗତରୁ ବିଛିନ୍ନ। ବିଲିପଡ଼ା ପଞ୍ଚାୟତର ବରପଦନପୁର ଗାଁରେ ବନ୍ୟା ପାଣି ପଶିଛି। ଜୀବନ ବିକଳରେ ଲୋକେ ଜିନିଷପତ୍ର ଧରି ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି। ଅଧରାତି ବେଳକୁ ଏଠି ପୁରୁଷେ ଉଚ୍ଚର ପାଣି ହେବା ଆଶଙ୍କା କରାଯାଉଛି। କଟକ ଜିଲ୍ଲାର ତରକାରୀ ହାଣ୍ଡି ଭାବେ ଜଣାଶୁଣା ବାଙ୍କୀର ପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିବାକୁ ବସିଛି।

ସେହିପରି ଆଠଗଡ଼ରେ ପୁରୁଣାକଟକ-ସମ୍ବଲପୁର ରାସ୍ତାର ଦହିସରା ମାଧପୁରଠାରେ ୩ ଫୁଟ ଓ ଘଣ୍ଟିଖାଲ-ନିଧିପୁର ଗଡ଼ାରେ ୩ ଫୁଟ ବନ୍ୟାପାଣି ଚାଲୁଛି। ହୁଳୁହୁଳା ପୋଲ ବି ବୁଡ଼ିଛି। ଫଳରେ ଏସବୁ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମହାନଦୀର ପାଣି ଏହି ଅଞ୍ଚଳରେ ପଛୁଆ ପଶିବା ଫଳରେ ଉତ୍ତରବାଙ୍କୀ ବ୍ଲକର ୫ଟି ଓ ତିଗିରିଆ ବ୍ଲକର ୬ଟି ପଞ୍ଚାୟତ ସହ ଆଠଗଡ଼ ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଛି। ଶହ ଶହ ଏକର ଚାଷଜମିରେ ଫସଲ ଉଜୁଡି ଯାଇଛି।

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ସୁଅ କାଟି ପ୍ରବାହିତ ହେଉଛି ବଢ଼ି ପାଣି। ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଭକ୍ତମାନେ ଯେପରି ମନ୍ଦିର ପ୍ରାଙ୍ଗଣକୁ ନଯିବେ ସେଥିପାଇଁ ପ୍ରଶାସନ କଡ଼ା ନଜର ରଖିଛି। ବଡ଼ମ୍ବାର ଗମେଇ, ଗୋପୀନାଥପୁର ଓ ବଙ୍ଗରିସିଙ୍ଗା ଆଦି ଗାଁରେ ବନ୍ୟା ପାଣି ପଶି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି।

ମହାନଦୀର କଟକ ମୁଣ୍ଡଳୀରେ ରାତି ୯ଟା ସୁଦ୍ଧା ୧୦ଲକ୍ଷ ୭୩ ହଜାର କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ମହାନଦୀ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଘନେଇଛି। ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story