Advertisment

୨୫ରେ ଛଡ଼ାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ

ସମ୍ୱଲପୁର( ସଞ୍ଜୟ ଜେନା): ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ସକାଳ ୧୦ଟାରେ ଛଡ଼ାଯିବ। ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିପାଇଁ ଡ୍ୟାମ୍‌ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡ୍ୟାମର ଉପରମୁଣ୍ଡ  ଛତିଶଗଡ଼ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବାରୁ ଡ୍ୟାମ ମଧ୍ୟକୁ  ଜଳ ପ୍ରବେଶ ପରିମାଣ ବଢ଼ିଛି। ଏଥିସହ ଜଳ ପତ୍ତନ ବଢ଼ିବା କାରଣରୁ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ […]

author-image
Jyoshna Pradhan
୨୫ରେ ଛଡ଼ାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ 

hirakud

ସମ୍ୱଲପୁର( ସଞ୍ଜୟ ଜେନା): ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ସକାଳ ୧୦ଟାରେ ଛଡ଼ାଯିବ। ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିପାଇଁ ଡ୍ୟାମ୍‌ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Advertisment

ଡ୍ୟାମର ଉପରମୁଣ୍ଡ  ଛତିଶଗଡ଼ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବାରୁ ଡ୍ୟାମ ମଧ୍ୟକୁ  ଜଳ ପ୍ରବେଶ ପରିମାଣ ବଢ଼ିଛି। ଏଥିସହ ଜଳ ପତ୍ତନ ବଢ଼ିବା କାରଣରୁ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କେତୋଟି ଗେଟ୍‌ ଖୋଲିବ ତାହା ସ୍ଥିର ହୋଇ ନାହିଁ।

ଗତ ୨୪ ଘଣ୍ଟା ମଧ୍ୟରେ ଡ୍ୟାମର ଉପର ମୁଣ୍ଡରେ ୨୧.୪୦ ମିଲିମିଟର ବର୍ଷା ହୋଇଛି।  ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡକୁ ପ୍ରାୟ ୧ ଲକ୍ଷ ୧୧ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ଜଳ ପତ୍ତନ ୬୧୪ ଫୁଟ୍ ଅତିକ୍ରମ କରିଛି।  ଡ୍ୟାମର ସବୋର୍ଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ୍‌ ରହିଛି।

Advertisment