Advertisment

ଓଡ଼ିଶାରେ ଉଡୁଛି ଚୀନ୍ –ପାକିସ୍ତାନର ଗୁପ୍ତଚର ପାରା !

ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ମାଛଧରା ଟ୍ରଲରରୁ ଏହି ଗୁପ୍ତଚର ପାରାକୁ ପୁଲିସ ଜବତ କରିଛି। ଏହି ଟ୍ରଲର ପୁରୀ ଜିଲ୍ଲା କୋଣାର୍କ ପାଖ ସମୁଦ୍ରରୁ ମାଛ ଧରିବା ବେଳେ ଏକ ପାରା ଉଡ଼ି ଆସି ଟ୍ରଲର ଉପରେ ବସିଥିଲା। ଏହି ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଓ ଚିପ୍ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ କୌଶଳ କରି ପାରାକୁ ଧରିଥିଲେ। ପାରା ଗୋଡରେ ଲାଗିଥିବା ଚିପ୍‌ରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା ମତ୍ସ୍ୟଜୀବୀମାନେ ଦେଖିବା ପରେ ଏହା ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ। ମେରାଇନ୍‌ ଥାନା ପୁଲିସ୍‌ ପାରାକୁ ଧରି କଟକ ସ୍ପେଶାଲ ସ୍କ୍ୱାର୍ଡକୁ ଅସ୍ତାନ୍ତର କରିଥିଲା। ଆଜି ପାରାକୁ ଏକ ସ୍ୱତନ୍ତ୍ର ପଞ୍ଜୁରୀରେ ଭୁବନେଶ୍ୱର ଷ୍ଟେଟ୍‌ ଫୋରେନ୍‌ସିକ ଲାବକୁ ଅଣାଯାଇଛି।

author-image
Manoj Swain
ଅଦ୍ୟତନ ହୋଇଛି

ପାରଦୀପ ବନ୍ଦରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସାରଥୀ ନାମକ ମାଛଧରା ଟ୍ରଲରରୁ ଏହି ଗୁପ୍ତଚର ପାରାକୁ ପୁଲିସ ଜବତ କରିଛି। ଏହି ଟ୍ରଲର ପୁରୀ ଜିଲ୍ଲା କୋଣାର୍କ ପାଖ ସମୁଦ୍ରରୁ ମାଛ ଧରିବା ବେଳେ ଏକ ପାରା ଉଡ଼ି ଆସି ଟ୍ରଲର ଉପରେ ବସିଥିଲା। ଏହି ପାରା ଗୋଡ଼ରେ ସ୍ପାଏ କ୍ୟାମେରା ଓ ଚିପ୍ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ କୌଶଳ କରି ପାରାକୁ ଧରିଥିଲେ। ପାରା ଗୋଡରେ ଲାଗିଥିବା ଚିପ୍‌ରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା ମତ୍ସ୍ୟଜୀବୀମାନେ ଦେଖିବା ପରେ ଏହା ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ। ମେରାଇନ୍‌ ଥାନା ପୁଲିସ୍‌ ପାରାକୁ ଧରି କଟକ ସ୍ପେଶାଲ ସ୍କ୍ୱାର୍ଡକୁ ହସ୍ତାନ୍ତର କରିଥିଲେ। ଆଜି ପାରାକୁ ଏକ ସ୍ୱତନ୍ତ୍ର ପଞ୍ଜୁରୀରେ ଭୁବନେଶ୍ୱର ଷ୍ଟେଟ୍‌ ଫୋରେନ୍‌ସିକ ଲାବକୁ ଅଣାଯାଇଛି।

Advertisment
Paradip Spy Pigeon