Advertisment

ବିଭିନ୍ନ ସ୍ଥାନରୁ ୧୭ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଲକ୍ଷାଧିକ ଟଙ୍କା ଜବତ ହେବା ଘଟଣା ସାମ୍ନାକୁ ଆସୁଛି। ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ୧୭ ଲକ୍ଷ ୬୯ ହଜାର ଟଙ୍କା ଜବତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଅତାବିରା ଅଭିମୁଖେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ପୁଲିସ୍‌ ୪ ଲକ୍ଷ ୪୯ ହଜାର ଟଙ୍କା ଜବତ କରିଥିବା ବେଳେ ଆଉ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ଦେଢ଼ […]

author-image
Rajalaxmi Sahu
ଅଦ୍ୟତନ ହୋଇଛି
ବିଭିନ୍ନ ସ୍ଥାନରୁ ୧୭ ଲକ୍ଷରୁ ଅଧିକ ଟଙ୍କା ଜବତ

money

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଲକ୍ଷାଧିକ ଟଙ୍କା ଜବତ ହେବା ଘଟଣା ସାମ୍ନାକୁ ଆସୁଛି। ଗତକାଲି ମଧ୍ୟ ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ୧୭ ଲକ୍ଷ ୬୯ ହଜାର ଟଙ୍କା ଜବତ କରାଯାଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଅତାବିରା ଅଭିମୁଖେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ପୁଲିସ୍‌ ୪ ଲକ୍ଷ ୪୯ ହଜାର ଟଙ୍କା ଜବତ କରିଥିବା ବେଳେ ଆଉ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି। ତେବେ ଏହି ଟଙ୍କା କେଉଁ କାରଣରୁ  କେଉଁ ସ୍ଥାନକୁ ଯାଉଥିଲା, ସେନେଇ ଝାରସୁଗୁଡ଼ା ପୁଲିସ୍‌ ତଦନ୍ତ କରୁଛି।

money1ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଛକ ନିକଟରେ ଏକ ବୋଲେରୋରୁ ଫ୍ଲାଇଂ ସ୍କ୍ୱାଡ୍‌ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି। ବୋଲେରୋଟି ବଡ଼ବିଲ୍‌ରୁ କୋଇଡ଼ା ଅଭିମୁଖେ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍‌ ହାତରେ ଧରା ପଡ଼ିଥିଲା।

Advertisment

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ୨ଜଣ ବାଇକ୍ ଆରୋହୀଙ୍କ ନିକଟରୁ ଜୟପାଟଣା ପୁଲିସ୍‌ ୫ଲକ୍ଷ ଟଙ୍କା ଜବତ କରିଛି। ଟଙ୍କା ନେଇ ଯାଉଥିବା ୨ଜଣ ଯୁବକଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।