Advertisment

ସାରା ରାଜ୍ୟରେ ଘନ କୁହୁଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି। ବିଶେଷ କରି ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କୁହୁଡିର ଆସ୍ତରଣ ଏତେ ଅଧିକ ରହିଥିଲା ଯେ, ୩୦ରୁ ୪୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟକର ହୋଇପଡ଼ିଥିଲା। ସେହିପରି ପୁରୀ ରାସ୍ତାରେ ମଧ୍ୟ ପ୍ରବଳ କୁହୁଡ଼ି ହୋଇଛି। ଏଣୁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସକାଳୁ ଘନ […]

author-image
Rakesh Mallick
ସାରା ରାଜ୍ୟରେ ଘନ କୁହୁଡ଼ି

fog

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି। ବିଶେଷ କରି ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କୁହୁଡିର ଆସ୍ତରଣ ଏତେ ଅଧିକ ରହିଥିଲା ଯେ, ୩୦ରୁ ୪୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟକର ହୋଇପଡ଼ିଥିଲା।

Advertisment

ସେହିପରି ପୁରୀ ରାସ୍ତାରେ ମଧ୍ୟ ପ୍ରବଳ କୁହୁଡ଼ି ହୋଇଛି। ଏଣୁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ହୋଇଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ୍ ହୋଇଯିବାରୁ ରାସ୍ତାରେ ଯାତାୟାତ ସମସ୍ୟା ଦେଖାଦେଇଛି।

Advertisment