Advertisment

ଆଜି ବି ଘନ କୁହୁଡି, ଦିଶୁନି ମୁହଁକୁ ମୁହଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଶୁନି ମୁହଁକୁ ମୁହଁ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି। ଗତ ସପ୍ତାହକ ଧରି ଅସହ୍ୟ ତାତି ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଆଜି ବି ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି।  ମୁହଁକୁ ମୁହଁ ଦିଶୁନି ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖାଯାଉନି।  ଫଳରେ […]

ଦୁଇଦିନ ବର୍ଷିବ, ୯ରେ ଘନ କୁହୁଡି!

Dense-Fog-in-several-part-o

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଶୁନି ମୁହଁକୁ ମୁହଁ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡି। ଗତ ସପ୍ତାହକ ଧରି ଅସହ୍ୟ ତାତି ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଆଜି ବି ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି।  ମୁହଁକୁ ମୁହଁ ଦିଶୁନି ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖାଯାଉନି।  ଫଳରେ ଗାଡିମଟର ଚଳାଚଳରେ ବାଧା ଉପୁଜିଛି।

Advertisment

ଗତକାଲି ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଥିଲା। ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡି ଛାଇ ଯାଇଥିଲା। ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନଥିଲା। ଗାଡିମଟର ଚଳାଚଳରେ ବାଧା ଉପୁଜିଥିଲା। କୁହୁଡି ଯୋଗୁଁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖାଦେବା ସହ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା।

Fog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe