Advertisment

ଖଣ୍ଡପଡ଼ାରେ ବ୍ୟାପୁଛି ଫାଟୁଆ ରୋଗ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ନୟାଗଡ଼ ଖଣ୍ଡପଡ଼ାରେ ଗାଈଗୋରୁଙ୍କ ମଧ୍ୟରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି। ୫୦ରୁ ଊର୍ଦ୍ଧ୍ୱ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏପରିକି କିଛି ଗାଈ ମୃତ୍ୟୁବରଣ କରିଥିବା ଓ କିଛି ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି। ତେବେ ଫାଟୁଆ ବ୍ୟାପିବାରେ ଲାଗିଥିବା ବେଳେ ଅଞ୍ଚଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ ଗୋରୁଙ୍କ ଚିକିତ୍ସା କରାଯାଇ ପାରୁ ନଥିବା ଗ୍ରାମବାସୀ କହିଛନ୍ତି। […]

author-image
Rakesh Mallick
ଖଣ୍ଡପଡ଼ାରେ ବ୍ୟାପୁଛି ଫାଟୁଆ ରୋଗ

nayagarh

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ନୟାଗଡ଼ ଖଣ୍ଡପଡ଼ାରେ ଗାଈଗୋରୁଙ୍କ ମଧ୍ୟରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି। ୫୦ରୁ ଊର୍ଦ୍ଧ୍ୱ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏପରିକି କିଛି ଗାଈ ମୃତ୍ୟୁବରଣ କରିଥିବା ଓ କିଛି ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି।

Advertisment

ତେବେ ଫାଟୁଆ ବ୍ୟାପିବାରେ ଲାଗିଥିବା ବେଳେ ଅଞ୍ଚଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ ଗୋରୁଙ୍କ ଚିକିତ୍ସା କରାଯାଇ ପାରୁ ନଥିବା ଗ୍ରାମବାସୀ କହିଛନ୍ତି। ଗୋରୁଙ୍କୁ ଫାଟୁଆ ରୋଗରୁ ରକ୍ଷା କରିବା ପାଇଁ ସରକାର ପକ୍ଷରୁ ଟୀକାଦାନର ବ୍ୟବସ୍ଥା ରହିଛି। ମାତ୍ର ଠିକ୍ ସମୟରେ ଟୀକାକରଣ କରାଯାଇ ନଥିବାରୁ ଏହି ଫାଟୁଆ ରୋଗ ଖଣ୍ଡପଡ଼ା ଅଞ୍ଚଳରେ ବ୍ୟାପିବାରେ ଲାଗିଛି।

ଅନ୍ୟପକ୍ଷରେ ପ୍ରଶାସନର ନିରବତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଚିକିତ୍ସା ଟିମ୍‌ ଗାଁରେ ପହଞ୍ଚି ନଥିବାରୁ ବାଧ୍ୟହୋଇ ଅଙ୍ଗାର, କର୍ପୁର ଆଦି ବ୍ୟବହାର କରି ଗୋରୁଙ୍କ ଚିକିତ୍ସା କରାଯାଉଥିବା ଓ ମହିଳାମାନେ ନିକଟସ୍ଥ ଦେବାଦେବୀଙ୍କ ପାଖରେ ସେମାନଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରୁଥିବା ଗାଁ ଲୋକେ କହିଛନ୍ତି।

Advertisment

ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।