Advertisment

ଫୁଟ୍‌ବଲ୍‌ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଶିଷ୍ଟ ଫୁଟ୍‌ବଲ୍‌ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତି ପ୍ରାୟ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନନ୍ଦ କିଶୋର ଅନେକ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ଖେଳାଳି ସୃଷ୍ଟି କରିଥିଲେ। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଫୁଟ୍‌ବଲ୍‌ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ପରଲୋକ

Late Nanda Kishore Patnaik

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଶିଷ୍ଟ ଫୁଟ୍‌ବଲ୍‌ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।

Advertisment

ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତି ପ୍ରାୟ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ନନ୍ଦ କିଶୋର ଅନେକ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ଖେଳାଳି ସୃଷ୍ଟି କରିଥିଲେ। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, ସୁଦୀପ୍ତ ସାହୁ, ମାମାଲି ଦାସ ଓ ରୁନୁ ନାୟକଙ୍କ ଭଳି ଅନେକ ଜୁନିୟର ଓ ସିନିୟର ସ୍ତରର ଅନ୍ତର୍ଜାତୀୟ ଖେଳାଳି ସେ ସୃଷ୍ଟି କରିଥିଲେ।

Advertisment

ଭୁବନେଶ୍ୱରରେ ରାଜ୍ୟର ଗରିବ ଓ ପ୍ରତିଭାବାନ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ମାଗଣାରେ ଖାଇବାପିଇବା ଓ ରହିବା ବ୍ୟବସ୍ଥା କରାଇଥିଲେ ନନ୍ଦ କିଶୋର। ରାଜ୍ୟରୁ କିଭଳି ଅଧିକରୁ ଅଧିକ ପ୍ରତିଭାବାନ ଫଟବଲ୍ ଖେଳାଳି ବାହାରିବେ ସେ ଦିଗରେ ସବୁ ବେଳେ ପ୍ରୟାସ କରୁଥିଲେ ସ୍ୱର୍ଗତ ନନ୍ଦ କିଶୋର।

Corona Death In Odisha