ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି।  ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟ୍ୱିଟ୍‌ କରି ଆଜି ସୂଚନା ଦେଇଛନ୍ତି ପ୍ରଦୀପ୍ତ । ଏହାସହ ଯେଉଁମାନେ ଗତ ୫ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଦୀପ୍ତ କହିଛନ୍ତି। […]

pradipta

Tapas Behera
  • Published: Monday, 19 April 2021
  • , Updated: 19 April 2021, 04:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି।  ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟ୍ୱିଟ୍‌ କରି ଆଜି ସୂଚନା ଦେଇଛନ୍ତି ପ୍ରଦୀପ୍ତ । ଏହାସହ ଯେଉଁମାନେ ଗତ ୫ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଦୀପ୍ତ କହିଛନ୍ତି। ପୂର୍ବରୁ ମଧ୍ୟ ପ୍ରଦୀପ୍ତ କରୋନା ଆକ୍ରାନ୍ତ ହୋଇଥିଲେ।
https://twitter.com/pradiptanaikbjp/status/1384012316341985280?s=20

ସେପଟେ ଆଜି କରୋନା ରେକର୍ଡ଼ ଭାଙ୍ଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ଦିନ ଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ଚିହ୍ନଟ ହୋଇ ନଥିଲେ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

Related story